Scholarship and Sumangal Portal: ଛାତ୍ରବୃତ୍ତି ଏବଂ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

Share this:

ଭୁବନେଶ୍ଵର: ଏଣିକି ସରକାରୀ ଛାତ୍ରବୃତ୍ତି (Government Scholarship) ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ୱେବ ପୋର୍ଟାଲ (Web Portal) କୁ ବ୍ୟବହାର କରିବା ଦରକାର ପଡିବ ନାହିଁ। କେବଳ ଗୋଟିଏ ପୋର୍ଟାଲରେ କ୍ଲିକ୍‍ (Click) କଲେ ପିଲାମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି (5-T) କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି (Scholarship) ଓ ସୁମଙ୍ଗଳ ପୋର୍ଟାଲ (SUMANGAL Portal) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ୱାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ୍‍ ସମୟରେ ଉନ୍ନତମାନର ସେବା ଯୋଗାଇ ପାରିବ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ www.scholarship.odisha.gov.in ଦ୍ୱାରା ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଏବଂ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତ୍ୱ କମିପାରିବ। ଏହି ଯୋଜନାରେ ୧୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

ସେହିପରି ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆନ୍ତଃଜାତି ବିବାହ (Inter-Caste Marriage) ଦ୍ୱାରା ସାମାଜିକ ଏକତା ବଢ଼ାଇବା ସହ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜର ସମାନତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୃଦ୍ଧି କରେ।

Also Read | Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା

Share this: