Containment Zone: ଆଜିଠୁ TTPS,CWS, FCI ଏବଂ HWP କଲୋନି କଣ୍ଟନମେଣ୍ଟ ଜୋନ

Share this:

ସାଉଥ୍ ବଲଣ୍ଡା: କଲୋନୀ ଅଞ୍ଚଳରେ ବଢୁଥିବା ଦୈନିକ କରୋନା ସଂକ୍ରମଣ (Corona Virus) କୁ ରୋକିବା ପାଇଁ ତାଳଚେର (Talcher) ବ୍ଲକ ପ୍ରଶାସନ ବଢୁଥିବା ଅଞ୍ଚଳରେ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି। ତାଳଚେର ବ୍ଲକ ବଡ଼ଜୋରାଡ଼ା ପଞ୍ଚାୟତ ଅନ୍ତର୍ଗତ ସେଣ୍ଟ୍ରାଲ ୱାର୍କସପ କଲୋନୀ (CWS colony ), ଗୋବରା ପଞ୍ଚାୟତର ହେଭି ୱାଟର ପ୍ରୋଜେକ୍ଟ (Heavy Water Project Colony) ଏବଂ ଏଫ୍‌ସିଆଇ କଲୋନୀ (FCI colony) କୁ ଆଜି ୨୮ ଅପ୍ରିଲ ବୁଧବାରଠାରୁ ମେ ୪ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏକ ସପ୍ତାହ କଣ୍ଟେନମେଣ୍ଟ ଜୋନ୍ (Containment Zone) ଘୋଷଣା କରାଯାଇଛି।

ସେହିପରି ତାଳଚେର ବ୍ଲକ ଜଗନ୍ନାଥପୁର ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ  ପ୍ରତିହତ କରିବାପାଇଁ  ଜଗନ୍ନାଥପୁର ବଜାର ଛକଠାରୁ ଅଭିମନ୍ୟୁପୁର ଛକ, ଟିଟିପିଏସ୍ କଲୋନୀ (TTPS colony ) ଏବଂ ଏହାର ଶିଳ୍ପାଞ୍ଚଳସ୍ଥାନ ଗୁଡିକୁ ଏପ୍ରିଲ ୨୮ ସକାଳ ୬ଟାରୁ ମେ ୪ ଯାଏ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ମୁଖ୍ୟ ରାସ୍ତାଗୁଡି ସିଲ୍ କରାଯିବ। ଲୋକଙ୍କ ଯାତାୟାତ ନିଷିଦ୍ଧ ହେବ। କୋଭିତ ନିୟମମାନି ଘରେ ସୁରକ୍ଷିତ ରହିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି। ସ୍ଥାନୀୟ ସରପଞ୍ଚମାନେ ପଞ୍ଚାୟତବାସୀଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା,ହାତ ଧୋଇବା ଏବଂ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି।

Also Read | Covid-19 Angul: ଅନୁଗୁଳ ଜିଲ୍ଲାରୁ ପ୍ରଥମ ଥରପାଇଁ ଆଜି ରେକର୍ଡ ସଂଖ୍ୟକ ୩୯୩ ଜଣ କରୋନା ପଜିଟିଭ ଚିହ୍ନଟ

Share this: