Covid-19: ଆଜି ରାଜ୍ୟରେ ୪୩ ଜଣ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର :ରାଜ୍ୟରେ କରୋନା (Corona Virus) ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି। ଗତକାଲି ରେକର୍ଡ ସଂଖ୍ୟକ ୪୫ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ଆଉ ୪୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୧୨୩ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ ଅଛନ୍ତି। ସେହିପରି କଟକ, ଅନୁଗୁଳ, ଝାରସୁଗୁଡା ଏବଂ  ସୁନ୍ଦରଗଡରୁ ୪ଜଣ ଲେଖାଏଁ ଅଛନ୍ତି। ବରଗଡ଼, ବଲାଙ୍ଗୀର ଏବଂ ବୌଦ୍ଧରୁ ୩ଜଣ ଲେଖାଏଁ ଅଛନ୍ତି। ମୟୁରଭଞ୍ଜ, ପୁରୀ ଏବଂ ଗଞ୍ଜାମରୁ ୨ଜଣ ଲେଖାଏଁ ଥିବାବେଳେ ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ନୂଆପଡ଼ା,ରାୟଗଡା   ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୩ ଲକ୍ଷ ୮୭ ହଜାର ୯୬୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୩୧ ହଜାର ୧୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୮୩୬ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୫୬ ହଜାର ୬୪୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ହଜାର ୩୧୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | Corona India:ମୋଦୀ ସରକାର ଏଥିପାଇଁ ନିଜ ହାତକୁ ନେଲେ ଦେଶର କରୋନା ଟିକାକରଣ କାର୍ଯ୍ୟ…

[amazon_auto_links id=”9932″]

Share this: