Corona:ଓଡ଼ିଶାରୁ ଆଜି ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୬ ହଜାର ୧୯ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୬୨୨  ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୭୯୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୩୩୫ଜଣ, ବାଲେଶ୍ଵରରୁ ୨୮୬ଜଣ, ବରଗଡ଼ରୁ ୧୨୨ଜଣ, ଭଦ୍ରକରୁ ୨୬୨ଜଣ, ବଲାଙ୍ଗୀରିରୁ ୬୬ଜଣ, ବୌଦ୍ଧରୁ ୭୯ଜଣ, କଟକରୁ ୫୩୧ଜଣ, ଦେଓଗଡ଼ରୁ ୨୪ଜଣ, ଢେଙ୍କାନାଳରୁ ୨୯୧ଜଣ, ଗଜପତିରୁ ୩୪ଜଣ, ଗଞ୍ଜାମରୁ ୭୩ଜଣ, ଜଗତସିଂପୁରରୁ ୧୯୬ଜଣ, ଯାଜପୁରରୁ ୪୦୬ଜଣ, ଝାରସୁଗୁଡାରୁ ୪୧ଜଣ, କଳାହାଣ୍ଡିରୁ ୭୦ଜଣ, କନ୍ଧମାଳରୁ ୭୬ଜଣ, କେଉଁଝରରୁ ୧୨୦ଜଣ, କୋରାପୁଟରୁ ୧୪୨ଜଣ, କେନ୍ଦ୍ରାପଡ଼ାରୁ ୨୧୮ଜଣ, ମୟୁରଭଞ୍ଜରୁ ୩୩୩ଜଣ, ମାଲକାନଗିରିରୁ ୮୫ଜଣ, ନବରଙ୍ଗପୁରରୁ ୧୫୧ଜଣ, ନୟାଗଡ଼ରୁ ୧୯୧ଜଣ, ନୂଆପଡ଼ାରୁ ୨୩ଜଣ, ପୁରୀରୁ ୩୨୪ଜଣ, ରାୟଗଡାରୁ ୧୦୮ଜଣ, ସମ୍ବଲପୁରରୁ ୧୩୧ଜଣ, ସୋନପୁରରୁ ୬୫ଜଣ, ସୁନ୍ଦରଗଡରୁ ୨୮୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୫୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୩ ଲକ୍ଷ ୮୭ ହଜାର ୯୬୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୩୧ ହଜାର ୧୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୮୩୬ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୫୬ ହଜାର ୬୪୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ହଜାର ୩୧୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Corona India:ମୋଦୀ ସରକାର ଏଥିପାଇଁ ନିଜ ହାତକୁ ନେଲେ ଦେଶର କରୋନା ଟିକାକରଣ କାର୍ଯ୍ୟ…

Share this: