Covid-19: ଆଜି ଢେଙ୍କାନାଳ ଜିଲ୍ଲାରୁ ୯୬ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି  ଆଉ ୯୬ଜଣ ନୂଆ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୮୬ ଏବଂ ହସ୍ପିଟାଲରୁ ୧୦ଜଣ ଚିହ୍ନଟ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବରଡାପାଳରୁ ସର୍ବାଧିକ ୧୭ଜଣ, କନ୍ତାମିଲାରୁ ଜଣ ଥିବାବେଳେ ରଞ୍ଜାଗୋଳ, ନୂଆବଗ, ଈଶ୍ଵରପାଳ, ହାତୁରା, ନୂଆକୋଟ  ଏବଂ କାରନ୍ଦାରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।

ସେହିପରି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୯ଜଣଙ୍କ ମଧ୍ୟରୁ ଶ୍ୟାମାଚରଣପୁରରୁ ୩ଜଣ, ବନମାଳୀପ୍ରସାଦ ଏବଂ କାରିଗରସାହିରୁ ୨ଜଣ ଅଛନ୍ତି। ସଦର ବ୍ଲକ (Sadar ବ୍ଲକ) ରୁ ଚିହ୍ନଟ ୧୫ଜଣଙ୍କ ମଧ୍ୟରୁ ମହୁଲପଡ଼ାରୁ ୪ଜଣ ଥିବାବେଳେ ଗୋବିନ୍ଦପୁର ଏବଂ କେଶରିଆରୁ ୨ଜଣ ଜଣେ ଲେଖାଏଁ ଅଛନ୍ତି।   

କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ଜଣେ ଅଛନ୍ତି। ଓଡ଼ାପଡା ବ୍ଲକ (Odapada Block) ରୁ ୩ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଘଟିବିରି, କାଶିଆଡିହି ଏବଂ ଇନ୍ଦିପୁରରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୭ଜଣଙ୍କ ମଧ୍ୟରୁ ମୁକ୍ତାପଶିରୁ ୪ଜଣ ଏବଂ ବସୁଲେଇରୁ ୩ଜଣ ଅଛନ୍ତି। 

ଭୁବନ ବ୍ଲକରୁ ୩ ଜଣ ଚିହ୍ନଟଙ୍କ ମଧ୍ୟରେ ଚାନ୍ଦିପାଳରୁ ୨ଜଣ ଏବଂ ବାମୁଆରୁ ଜଣେ ଅଛନ୍ତି। ଭୁବନ NAC ରୁ ୨ଜଣ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୩ଜଣ ଚିହ୍ନଟ ହୋଇଛନ୍ତି। କଙ୍କଡାହାଡ ବ୍ଲକରୁ ୨ଜଣ ଥିବାବେଳେ ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି।     

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୫୮୬ ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨୪ ହଜାର ୪୨୪ ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୭୦୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୧୬୯ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୫ ହଜାର ୬୪୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ରଖାଯାଇଥିବା ଜମାରାଶିର ଯାଞ୍ଚ ଲାଗି ସ୍ୱିସ୍ କର୍ତ୍ତୃପକ୍ଷଙ୍କ ଠାରୁ ମଗାଯାଇଛି ତଥ୍ୟ: ଅର୍ଥ ମନ୍ତ୍ରଣାଳୟ

Share this: