ଆଜି ଓଡ଼ିଶାରୁ ୩୦୩୧ ଜଣ Covid ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମିତଙ୍କ (Coronavirus) ସଂଖ୍ୟା। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୩ ହଜାର ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୭୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୯୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୮୧ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୨୧ଜଣ, ବାଲେଶ୍ଵରରୁ ୨୯୦ଜଣ, ବରଗଡ଼ରୁ ୩୯ଜଣ, ଭଦ୍ରକରୁ ୧୩୫ଜଣ, ବଲାଙ୍ଗୀରିରୁ ୩୦ଜଣ, ବୌଦ୍ଧରୁ ୪୦ଜଣ, କଟକରୁ ୨୯୫ଜଣ, ଦେଓଗଡ଼ରୁ ୧୧ଜଣ, ଢେଙ୍କାନାଳରୁ ୯୦ଜଣ, ଗଜପତିରୁ ୨୫ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂପୁରରୁ ୧୦୭ଜଣ, ଯାଜପୁରରୁ ୨୨୬ଜଣ, ଝାରସୁଗୁଡାରୁ ୧୭ଜଣ, କଳାହାଣ୍ଡିରୁ ୩୯ଜଣ, କନ୍ଧମାଳରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୧୧୮ଜଣ, କେଉଁଝରରୁ ୬୮ଜଣ, କୋରାପୁଟରୁ ୬୮ଜଣ, ମୟୁରଭଞ୍ଜରୁ ୧୬୭ଜଣ, ମାଲକନଗିରିରୁ ୪୩ଜଣ, ନବରଙ୍ଗପୁରରୁ ୬୩ଜଣ, ନୟାଗଡ଼ରୁ ୧୪୦ଜଣ, ନୂଆପଡ଼ାରୁ ୨୦ଜଣ, ପୁରୀରୁ ୧୮୦ଜଣ, ରାୟଗଡାରୁ ୪୪ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡରୁ ୮୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୧ ଲକ୍ଷ ୫୬ ହଜାର ୧୯୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୮୦ ହଜାର ୫୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫ ହଜାର ୮୨ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୪୦ ହଜାର ୨୧୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ହଜାର ୬୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | UG ଓ PG ଶେଷ ବର୍ଷ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ, ହେବ ଅନ୍‌ଲାଇନ୍‌ରେ

[amazon_auto_links id=”9932″]

Share this: