Covid-19: ଢେଙ୍କାନାଳ ଜିଲ୍ଲାରୁ ଆଜି ଆଉ ୭୮ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି  ଆଉ ୭୮ଜଣ ନୂଆ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୬୩ ଏବଂ ହସ୍ପିଟାଲରୁ ୧୫ଜଣ ଚିହ୍ନଟ ହୋଇଛନ୍ତି।

ଆଜି କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ କାକୁଡିଆରୁ ୯ଜଣ, ବୁଧିବିଲି ଏବଂ  କୋଟାଗୋରାରୁ ୨ଜଣ ଥିବାବେଳେ କାନପୁରା ଏବଂ ବାରୁଆଁରୁ ଜଣେ ଲେଖାଏଁ ଅଛନ୍ତି।    

ଓଡ଼ାପଡା ବ୍ଲକ (Odapada Block) କଣ୍ଟାବଣିଆରୁ ୧୧ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗୋବିନ୍ଦପ୍ରସାଦରୁ ୪ଜଣ, ଧଳପୁରରୁ ୩ଜଣ, ଚିନ୍ତାପୋଖରୀରୁ ୨ଜଣ ଥିବାବେଳେ ଖଡଗପ୍ରସାଦ ଏବଂ ଇନ୍ଦିପୁରରୁ ଜଣେ ଲେଖାଏଁ ଅଛନ୍ତି।  

ସେହିପରି ସଦର ବ୍ଲକ (Sadar ବ୍ଲକ) ରୁ ଚିହ୍ନଟ ୧୧ଜଣଙ୍କ ମଧ୍ୟରୁ ଖଳିବନ୍ଧ ଏବଂ ପର୍ବତିଆରୁ ୨ଜଣ ଥିବାବେଳେ ମଙ୍ଗଳପୁର, ଚାଉଳିଆ, ବୋରପଦା, ସପ୍ତଶଯ୍ୟା, କୋଥାପାଳ, ଜେନାସାହୁପାଟଣା ଏବଂ ତାଳବାରକୋଟରୁ ଜଣେ ଲେଖାଏଁ ଅଛନ୍ତି।   

ସେହିପରି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୦ ଜଣଙ୍କ ମଧ୍ୟରୁ ଫରେଷ୍ଟ କ୍ଵାଟରରୁ ୨ଜଣ ଥିବାବେଳେ କାଞ୍ଚନବଜାର, ଗୁଡ଼ିଆନାଳି, ସିମିଳିଆ, ଆନନ୍ଦବଜାର, ଶ୍ୟାମାଚରଣପୁର, ଚନ୍ଦନବଜାର, କୋରିଆଁ  ଏବଂ ମଣ୍ଡପସାହିରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୯ଜଣ, ଭୁବନ ବ୍ଲକରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଭୁବନ NAC ରୁ ଜଣେ ଅଛନ୍ତି।      

ଗଁଦିଆ ବ୍ଲକ (Gondia Block) ରୁ ୫ଜଣଙ୍କ ମଧ୍ୟରୁ ସନ୍ଥପୁର, ବଣେଇପଡା, ଦାଣ୍ଡେଈବେରେଣୀ, ବଇଁଶିଆ ଏବଂ ପଂଚକେନ୍ଦୁରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୪ଜଣଙ୍କ ମଧ୍ୟରୁ ପର୍ଜଙ୍ଗ, ପାଟବାହଳ, କୁଣାଲ ଏବଂ ବସନ୍ତପଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଖଲିବୋରେଇ, କଲଡ଼ା ଏବଂ ଠୋକରରୁ ଜଣେ ଲେଖାଏଁ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୩୩୮ ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨୨ ହଜାର ୮୩୮ ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୬୦୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୨୮୨ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୫ ହଜାର ୪୭୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୭୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Covaxin ଟିକା ତିଆରିରେ ବାଛୁରୀ ସେରମ୍ ନାହିଁ :କେନ୍ଦ୍ର ସରକାର

Share this: