Covid-19 Odisha: ରାଜ୍ୟରେ ପୁଣି ବଢିଲା କରୋନା, ଆଜି ରେକର୍ଡ ସଂଖ୍ୟକ ୧୦୫୨୧ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ପୁଣି କରୋନା ସଂକ୍ରମଣ ବଢିଛି। ଆଜି ଦଶ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ନୂଆ ୧୦ ହଜାର ୫୨୧ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୫୭୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୪୭୭ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୮୮ଜଣ, ବାଲେଶ୍ଵରରୁ ୯୭ଜଣ, ବରଗଡ଼ରୁ ୫୪୩ଜଣ, ଭଦ୍ରକରୁ ୧୫୮ଜଣ, ବଲାଙ୍ଗୀରିରୁ ୩୧୪ଜଣ, ବୌଦ୍ଧରୁ ୨୫୦ଜଣ, କଟକରୁ ୯୬୩ଜଣ, ଦେଓଗଡ଼ରୁ ୮୮ଜଣ, ଢେଙ୍କାନାଳରୁ ୮୮ଜଣ, ଗଜପତିରୁ ୧୧୩ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂପୁରରୁ ୨୧୭ଜଣ, ଯାଜପୁରରୁ ୩୭୩ଜଣ, ଝାରସୁଗୁଡାରୁ ୩୧୪ଜଣ, କଳାହାଣ୍ଡିରୁ ୫୭୧ଜଣ, କନ୍ଧମାଳରୁ ୭୨ଜଣ,  କେନ୍ଦ୍ରାପଡ଼ାରୁ ୧୨୧ଜଣ, କେଉଁଝରରୁ ୧୯୪ଜଣ, କୋରାପୁଟରୁ ୧୯୨ଜଣ, ମୟୁରଭଞ୍ଜରୁ ୨୮୮ଜଣ, ମାଲକାନଗିରିରୁ ୮୩ଜଣ, ନବରଙ୍ଗପୁରରୁ ୪୦୪ଜଣ, ନୟାଗଡ଼ରୁ ୨୨୪ଜଣ, ନୂଆପଡ଼ାରୁ ୩୦୪ଜଣ, ପୁରୀରୁ ୩୧୯ଜଣ, ରାୟଗଡାରୁ ୧୪୦ଜଣ, ସମ୍ବଲପୁରରୁ ୪୬୦ଜଣ, ସୋନପୁରରୁ ୧୧୨ଜଣ, ସୁନ୍ଦରଗଡ଼ରୁ ୧୧୮୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୮୨ଜଣ ସଂକ୍ରମିତ ହୋଇଛନ୍ତି।

laptop

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୩ଲକ୍ଷ ୬୭ହଜାର ୪୧୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୧୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୧୭୬ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ  ୧୬ହଜାର ୪୦୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୧ ହଜାର ୫୮୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | New Strain: ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଫେରନ୍ତାକୁ ସଂଗରୋଧରେ ରହିବା ବାଧ୍ୟତାମୂଳକ:ଓଡ଼ିଶା ସରକାର

Share this:

Leave a Reply

Your email address will not be published. Required fields are marked *