Covaxin ଟିକା ତିଆରିରେ ବାଛୁରୀ ସେରମ୍ ନାହିଁ :କେନ୍ଦ୍ର ସରକାର

Share this:

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପୋଷ୍ଟ (Social Media Post) ଦ୍ୱାରା ପ୍ରସାରିତ ଗୁଜବକୁ ଖଣ୍ଡନ କରି କେନ୍ଦ୍ର ସରକାର (Central Government) ବୁଧବାର ସ୍ପଷ୍ଟ କରିଛନ୍ତି ଯେ ଭାରତର ସ୍ୱଦେଶୀ କୋଭିଡ-୧୯ (Covid-19)  ଟିକା କୋଭାକ୍ସିନ (Covaxin vaccine) ତିଆରିରେ କୌଣସି ନବଜାତ ବାଛୁରୀ (Calf) ର ସେରମ୍ (Serum) ନାହିଁ। ମନ୍ତ୍ରଣାଳୟ କହିଛି ଯେ ଟିକା ତିଆରି ବିଷୟରେ କିଛି ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ଏହି ଟୀକାରେ ନବଜାତ ବାଛୁରୀ ସେରମ୍ ରହିଛି। ଏହିପରି ପୋଷ୍ଟଗୁଡିକରେ ତଥ୍ୟଗୁଡିକ ବିକୃତ ଏବଂ ଭୁଲ ଭାବରେ ଉପସ୍ଥାପିତ ହୋଇଛି। ମନ୍ତ୍ରଣାଳୟ ଏହାର ବିବୃତ୍ତିରେ ସ୍ପଷ୍ଟ କରିଛି ଯେ ନବଜାତ ବାଛୁରୀ ସେରମ୍ କେବଳ ଭେରୋ କୋଷର ପ୍ରସ୍ତୁତି କିମ୍ବା ବିକାଶ ପାଇଁ ବ୍ୟବହୃତ ହୁଏ। ବିଭିନ୍ନ ପ୍ରକାରର ବୋଭାଇନ୍ (Bovine) (ଗାଈ ଓ ବଳଦ ସମ୍ପର୍କରେ) ଏବଂ ଅନ୍ୟାନ୍ୟ ପ୍ରାଣୀ ସେରମ୍ ହେଉଛି କୋଷିକା (vero cell ) ବୃଦ୍ଧି ପାଇଁ ବିଶ୍ଵସ୍ତରରେ ବ୍ୟବହୃତ ମାନକ ଏକ ଉପାଦାନ ଅଟେ।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ନବଜାତ ବାଛୁରୀ ସେରମ୍ କେବଳ ଭେରୋ କୋଷର ପ୍ରସ୍ତୁତି ଏବଂ ଅଭିବୃଦ୍ଧି ପାଇଁ ବ୍ୟବହୃତ ହୋଇଛି ଏବଂ ପୋଲିଓ ରେବିଜ୍ ଏବଂ ଇନ୍‌ଫ୍ଲୁଏଞ୍ଜା (Polio, Rabies, and Influenza) ଟୀକାରେ ଏହି କୌଶଳ ଦଶନ୍ଧି ଧରି ବ୍ୟବହୃତ ହୋଇଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବିକାଶ ପରେ ଏହି ଭେରୋ କୋଷଗୁଡିକ ବେଳେବେଳେ ନବଜାତ ବାଛୁରୀ ସେରମରୁ ମୁକ୍ତ କରିବା ପାଇଁ ଜଳ ଏବଂ ରାସାୟନିକ ପଦାର୍ଥରେ ଧୋଇଦିଆଯାଏ। ଏହି ଭେରୋ କୋଷଗୁଡ଼ିକ ପରେ ଭାଇରାଲ୍ ବୃଦ୍ଧି ପାଇଁ କରୋନା ଭୂତାଣୁରେ ସଂକ୍ରମିତ ହୋଇଥାଏ।

ଭାଇରାଲ ବୃଦ୍ଧି ପ୍ରକ୍ରିୟାରେ ଭେରୋ କୋଷଗୁଡ଼ିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ। ଏହା ପରେ ଏହି ଭାଇରସକୁ ମଧ୍ୟ ନିଷ୍କ୍ରିୟ ଏବଂ ଶୁଦ୍ଧ କରାଯାଏ। ଏହି ନିଷ୍କ୍ରିୟ ଏବଂ ଶୁଦ୍ଧ କରାଯାଇଥିବା ଭୂତାଣୁ ଚୂଡ଼ାନ୍ତ ଟିକା ତିଆରି କରିବା ପାଇଁ ବ୍ୟବହୃତ ହୁଏ ଏବଂ ଅନ୍ତିମ ଟିକା ସୂତ୍ରରେ କୌଣସି  ବାଛୁରୀ ସେରମ୍ ବ୍ୟବହାର କରାଯାଏ ନାହିଁ। ତେଣୁ ଅନ୍ତିମ ଟିକା କୋଭାକ୍ସିନ୍ ନବଜାତ ବାଛୁରୀ ସେରମ୍ ଧାରଣ କରେ ନାହିଁ ଏବଂ ବାଛୁରୀ ସେରମ୍ ଅନ୍ତିମ ଟିକା ଉତ୍ପାଦର ଉପାଦାନ ନୁହେଁ ବୋଲି ମନ୍ତ୍ରଣାଳୟ କହିଛି।  ସୂଚନାଯୋଗ୍ୟ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିକଶିତ କୋଭିଡ଼ ଟିକା।

Also Read | Covid-19:ଆଜି ରାଜ୍ୟରୁ ୪୪ ଜଣଙ୍କ କରୋନାରେ ମୃତ୍ୟୁ,ଖୋର୍ଦ୍ଧାରୁ ୫ଜଣ

Share this:

Leave a Reply

Your email address will not be published. Required fields are marked *