Covid-19 Odisha: ଆଜି ରାଜ୍ୟରୁ ଆଉ ୩୬୩୧ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ କରୋନା ଭୂତାଣୁ  (Coronavirus)  ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ରାଜ୍ୟରେ ବର୍ତ୍ତମାନ ୧୭ ଜିଲ୍ଲାରେ ଆଂଶିକ ଲକଡାଉନ ଲାଗୁହୋଇଛି। ଗତ ୨୪ ଘଣ୍ଟାରେ ୩ ହଜାର ୬୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୬୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୦୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୦୪ଜଣ, ବାଲେଶ୍ଵରରୁ ୨୬୨ଜଣ, ବରଗଡ଼ରୁ ୫୦ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରିରୁ ୩୬ଜଣ, ବୌଦ୍ଧରୁ ୮୪ଜଣ, କଟକରୁ ୪୩୮ଜଣ, ଦେଓଗଡ଼ରୁ ୨୮ଜଣ, ଢେଙ୍କାନାଳରୁ ୧୧୪ଜଣ, ଗଜପତିରୁ ୧୮ଜଣ, ଗଞ୍ଜାମରୁ ୨୭ଜଣ, ଜଗତସିଂପୁରରୁ ୯୨ଜଣ, ଯାଜପୁରରୁ ୩୦୫ଜଣ, ଝାରସୁଗୁଡାରୁ ୧୯ଜଣ, କଳାହାଣ୍ଡିରୁ ୪୧ଜଣ, କନ୍ଧମାଳରୁ ୪୮ଜଣ, କେନ୍ଦ୍ରାପଡ଼ାରୁ ୧୨୦ଜଣ, କେଉଁଝରରୁ ୬୮ଜଣ, କୋରାପୁଟରୁ ୮୦ଜଣ, ମୟୁରଭଞ୍ଜରୁ ୧୧୨ଜଣ, ମାଲକାନଗିରିରୁ ୬୮ଜଣ, ନବରଙ୍ଗପୁରରୁ ୫୬ଜଣ, ନୟାଗଡ଼ରୁ ୧୦୬ଜଣ, ନୂଆପଡ଼ାରୁ ୧୯ଜଣ, ପୁରୀରୁ ୧୯୯ଜଣ, ରାୟଗଡାରୁ ୭୯ଜଣ, ସମ୍ବଲପୁରରୁ ୩୭ଜଣ, ସୋନପୁରରୁ ୫୦ଜଣ, ସୁନ୍ଦରଗଡରୁ ୮୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୮ ଲକ୍ଷ ୯୯ ହଜାର ୮୫୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୬୬ହଜାର ୬୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫ହଜାର ୫୭୯ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୧୭ ହଜାର ୩୫୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ ହଜାର ୮୦୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Watch: ରାଜ୍ୟରେ ୧୪ ଦିନ ପାଇଁ ଆଂଶିକ Lockdown ଜାରି;କଣ ଖୋଲା,କଣ ରହିବ ବନ୍ଦ

[amazon_auto_links id=”9932″]

Share this: