Odisha Covid19: ଆଜି ରାଜ୍ୟରେ ଆଉ ୨୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୫୭୭ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୨୪ ଜଣ ସୁସ୍ଥ କଟକରୁ ୨୪୪ ଜଣ, ଅନୁଗୋଳରୁ ୧୦୮ ଜଣ, ବରଗଡ଼ରୁ ୯୭ ଜଣ, ଯାଜପୁରରୁ ୧୩୭ ଜଣ, ମୟୁରଭଞ୍ଜରୁ ୧୦୧ ଜଣ, ଭଦ୍ରକରୁ ୬୭ ଜଣ, ବାଲେଶ୍ଵରରୁ ୧୨୦ ଜଣ, ଢେଙ୍କାନାଳରୁ ୬୯ ଜଣ, ପୁରୀରୁ ୧୧୪ ଜଣ, ଜଗତସିଂପୁରରୁ  ୭୧ ଜଣ, ରାୟଗଡାରୁ ୬୭ ଜଣ, ଗଞ୍ଜାମରୁ ୩୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୨୦ ଜଣ, ନୟାଗଡ ୬୭ ଜଣ, ସୋନପୁରରୁ ୭୫ ଜଣ, ବଲାଙ୍ଗୀରରୁ ୧୦୩ ଜଣ, ସୁନ୍ଦରଗଡରୁ ୧୧୧ ଜଣ, ଝାରସୁଗୁଡାରୁ ୬୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୧ ଜଣ, କେନ୍ଦ୍ରାପଡା ୧୧୪ ଜଣ, କୋରାପୁଟରୁ ୩୩ ଜଣ, କେଉଁଝରରୁ ୭୪ ଜଣ, କନ୍ଧମାଳରୁ ୪୯ ଜଣ, ନୂଆପଡ଼ାରୁ ୯୦ ଜଣ, କଳାହାଣ୍ଡିରୁ ୩୯ ଜଣ, ଗଜପତିରୁ ୧୩ ଜଣ, ବୌଦ୍ଧରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୫୭ ଜଣ, ଦେଓଗଡରୁ ୨୩ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୫୫ ଜଣ ସୁସ୍ଥ ହୋଇଛନ୍ତି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Also Read| Odisha Covid19: ଆଜି ନୂଆ ୨୪୨୩ ଜଣ କରୋନା ପଜିଟିଭ ଚିହ୍ନଟ

Share this: