Mirzapur 2 : ୟୁଟ୍ୟୁବରେ ଆମାଜନ ପ୍ରାଇମ ଭିଡିଓର ‘ମିର୍ଜାପୁର ୨’ର ଧମାକା

Share this:

ନୂଆଦିଲ୍ଲୀ : ଆମାଜନ ପ୍ରାଇମ ଭିଡିଓ (Amazon Prime Video)ର ଆଗାମୀ ୱେବ୍ ସିରିଜ୍ (Web Series) ମିର୍ଜାପୁର ୨ ରିଲିଜ୍ ପୂର୍ବରୁ, ନିଜର ପ୍ରଶଂସକଙ୍କୁ ଆକର୍ଷିତ କରିବା ପାଇଁ ଟିଜର ଏବଂ ପୋଷ୍ଟରଗୁଡିକ କ୍ରମାଗତ ଭାବରେ ରିଲିଜ୍ ହେଉଛି। ୱେବ୍ ସିରିଜର ଟ୍ରେଲର ମଧ୍ୟ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ସମସ୍ତ ଭିଡିଓ ୟୁଟ୍ୟୁବ୍ ଇଣ୍ଡିଆରେ ଧମାକା କରୁଛନ୍ତି ଓ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି।  

TO JOIN AMAZON PRIME MEMBERSHIP AT Rs.129 /- per monthCLICK HERE

ଏହି ସମୟରେ ୟୁଟ୍ୟୁବ (YouTube) ରେ ଟପ୍ ଟ୍ରେଡିଂ (Top Trending) ଭିଡିଓ ରେ ମଧ୍ୟ ସାମିଲ ହୋଇଛି। ଏହା ୨ କୋଟିରୁ ଅଧିକ ଦର୍ଶକ ଦେଖିଲେଣି। ଏଥି ସହିତ, ଟପ୍ -୧୦ ରେ ମିର୍ଜାପୁର ୨ ର ଦୁଇଟି ଭିଡିଓ ଅଛି।

ଏହା ଅକ୍ଟୋବର ୨୩ ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ଏଥର କାହାଣୀ ଏହି ୱେବ୍ ସିରିଜରେ ଏକ ନୂତନ ମୋଡ଼ ହେବାକୁ ଯାଉଛି। କାଲିନ ଭାୟାଙ୍କୁ ଏଥର ରାଜନୀତି କରୁଥିବା ଦେଖିବାକୁ ମିଳିବ। ଶରଦ ଶୁକ୍ଲା ମଧ୍ୟ ପ୍ରତିଶୋଧ ପାଇଁ ଫେରିବେ। ଏଥି ସହିତ ଗୋଲୁ ଗୁପ୍ତା ଏଥର ବନ୍ଧୁକ ଉଠାଇଥିବାର ନଜର ଆସିବେ। ଏହି ୱେବ୍ ସିରିଜରେ ପଙ୍କଜ ତ୍ରିପାଠୀ, ଦିବ୍ୟେନ୍ଦ୍ର ଶର୍ମା, ଶ୍ୱେତା ତ୍ରିପାଠୀ, ଅଲି ଫଜଲ ଏବଂ ରାଶିକା ଡଗଗାଲ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହିତ ବିଜୟ ଧର୍ମା ଏବଂ ଇଶା ତାଲୱାର ଭଳି ନୂଆ ଚେହେରା ଦେଖିବାକୁ ମିଳିବ। ଏବେ ଦେଖିବା ଟ୍ରେଲର ଏବଂ ଟିଜର ପରେ ୱେବ୍ ସିରିଜ୍ କେତେ ଲୋକପ୍ରିୟତା ଲାଭ କରୁଛି।

Also Read| Cinema Hall SOP: ନୂତନ ନିୟମ ସହିତ ଦେଶର ସମସ୍ତ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଅକ୍ଟୋବର ୧୫ ରୁ ଖୋଲିବ, SOP ଜାରି

Share this:

One thought on “Mirzapur 2 : ୟୁଟ୍ୟୁବରେ ଆମାଜନ ପ୍ରାଇମ ଭିଡିଓର ‘ମିର୍ଜାପୁର ୨’ର ଧମାକା

Comments are closed.