AMAZON GREAT INDIAN FESTIVAL : 17 October ରୁ ଆରମ୍ଭ, iPhone 11 ଓ OnePlus 8 ୫୦ ହଜାରରୁ କମ!!

Share this:

ଆମାଜନ (AMAZON) ଶେଷରେ ବହୁ ପ୍ରତୀକ୍ଷିତ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ (GREAT INDIAN FESTIVAL SALE) ଆରମ୍ଭ ତାରିଖ ଘୋଷଣା କରିଛି। ସେଲ ୧୭  ଅକ୍ଟୋବରରେ ଆରମ୍ଭ ହେବ କିନ୍ତୁ ପ୍ରାଇମ  ସଦସ୍ୟମାନେ (Prime Members) ୧୬ ଅକ୍ଟୋବର ସେଲ ରେ ଭାଗ ନେଇପାରିବେ। ଗ୍ରାହକମାନେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ (English, Hindi, Tamil, Telugu, Malayalam and Kannada) ଅନ୍ତର୍ଭୁକ୍ତ ୬ ଟି ଭାଷାରେ ସପିଂ (Shopping) କରିବାକୁ ସକ୍ଷମ ହେବେ ବୋଲି ଆମାଜନ ଘୋଷଣା କରିଛି। ଏହି ସେଲ ସମୟରେ ଗ୍ରାହକମାନେ ସ୍ମାର୍ଟଫୋନ୍, ପୋଷାକ, ଆସେସୋରିଜ୍ ଏବଂ ଅନ୍ୟ ବସ୍ତୁ ଉପରେ ଅଫର ଏବଂ ରିହାତି ପାଇବେ।

To Become Amazon Prime Member … Click Here

ଆଗାମୀ ସେଲ ସମୟରେ HDFC ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ (HDFC Bank debit and credit card)ରେ ୧୦ ପ୍ରତିଶତ ରିହାତି ପ୍ରଦାନ କରୁଛି।

ଆମାଜନ ଟିଜର ଅନୁଯାୟୀ, ଆଇଫୋନ୍ ୧୧ (iPhone 11) ୫୦ ହଜାର ଟଙ୍କାରୁ କମ ରେ ସେଲ ହେବ। ସୂଚନାଯୋଗ୍ୟ ଏହା ଗତ ବର୍ଷ ୬୪,୮୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା। ରିହାତି ମୂଲ୍ୟରେ ଉପଲବ୍ଧ ଅନ୍ୟ ସ୍ମାର୍ଟଫୋନ୍ ଗୁଡିକ ମଧ୍ୟରେ Galaxy M51, OnePlus Nord (Review),  Redmi Note 9 Pro (Review), OnePlus 8 (Review), Galaxy M31 (Review), Oppo F17, Nokia 5.3, Honor 9A, Vivo V19 ଓ ଟିଜର ଏହା ମଧ୍ୟ ପ୍ରକାଶ କରିଛି ଯେ TWS earbuds, ଡାଟା କେବୁଲ ଏବଂ ପାୱାରବ୍ୟାଙ୍କ (Data Cables and Power bank) ସମେତ ମୋବାଇଲ୍ ଆସେସୋରିଜ (Accessories) ମୂଲ୍ୟ ୪୯ ଟଙ୍କା ମୂଲ୍ୟରୁ ଆରମ୍ଭ ହେବ।

Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ ଏବଂ ହେଡଲାଇନ୍ ସହିତ ଅପଡେଟ୍ ରହିବାକୁ … Click Here

ଏହା ବ୍ୟତୀତ ନୂତନ ଆମାଜନ ଇକୋ ସ୍ମାର୍ଟ ସ୍ପିକର (Amazon Echo smart speakers) ମଧ୍ୟ ୫୦ ପ୍ରତିଶତ ରିହାତିରେ ବିକ୍ରି ହେବ। ଆସନ୍ତା ଅକ୍ଟୋବର ୧୪ ରେ ଲଞ୍ଚ ହେବାକୁ ଥିବା OnePlus 8t 5G ମଧ୍ୟ ଏହି ବିକ୍ରୟ ସମୟରେ କ୍ରୟ ପାଇଁ ଉପଲବ୍ଧ ହେବ।

Also Read| RAISE 2020: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରମୁଖ କେନ୍ଦ୍ର ହେବ: ପ୍ରଧାନମନ୍ତ୍ରୀ

 

Share this: