Odisha:ପୁଣି ଆଜି ଓଡ଼ିଶାରୁ ୨୯୧୭ଜଣ Covid ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୨ହଜାର ୯୧୭ ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୬୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୪୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୪୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୬ଜଣ, ବାଲେଶ୍ଵରରୁ ୨୩୭ଜଣ, ବରଗଡ଼ରୁ ୨୨ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦ୍ଧରୁ ୧୯ଜଣ, କଟକରୁ ୪୨୨ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୭୭ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୨୧ଜଣ, ଜଗତସିଂପୁରରୁ ୧୧୯ଜଣ, ଯାଜପୁରରୁ ୨୧୮ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୨୧ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୭୯ଜଣ, କେଉଁଝରରୁ ୭୫ଜଣ, କୋରାପୁଟରୁ ୫୫ଜଣ, ମାଲକାନଗିରିରୁ ୫୯ଜଣ, ମୟୁରଭଞ୍ଜରୁ ୧୬୫ଜଣ, ନବରଙ୍ଗପୁରରୁ ୧୯ଜଣ, ନୟାଗଡ଼ରୁ ୯୬ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୩୨ଜଣ, ରାୟଗଡାରୁ ୫୩ଜଣ, ସମ୍ବଲପୁରରୁ ୨୨ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡରୁ ୪୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୯ ଲକ୍ଷ ୭୯ ହଜାର ୬୪୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୧୯ ହଜାର ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୨୬୫ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୮୪ ହଜାର ୨୬୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାର ୫୫୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଓଡ଼ିଶା ସମେତ ୬ଟି ରାଜ୍ୟରେ କମୁନାହିଁ କରୋନା ସଂକ୍ରମଣ, ନିୟନ୍ତ୍ରଣ ପାଇଁ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର

[amazon_auto_links id=”9932″]

[amazon_auto_links id=”9932″]

Share this: