Covid19 Odisha Updates: ପୁଣି ବଢିଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା; ଆଜି ୧୭୦ଚିହ୍ନଟ, ମୋଟ ହଜାରରୁ ଅଧିକ

Share this:

ଭୁବନେଶ୍ଵର: ପୁଣି ଓଡ଼ିଶାରେ କରୋନା (Covid-19) ତାର ପୁରୁଣା ରଙ୍ଗରେ ଫେରୁଛି। ଆଜି ୨୩ ଜିଲ୍ଲାରୁ ୧୭୦ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୨୭ ଜଣ କରୋନା ସଂକ୍ରମିତ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି।   ସେହିପରି ଅନଗୁଳରୁ ୨ଜଣ, ବାଲେଶ୍ଵରରୁ ୭ଜଣ, ବରଗଡ଼ରୁ ୨ଜଣ, ଭଦ୍ରକ ରୁ ଜଣେ, ବଲାଙ୍ଗୀରିରୁ ୫ଜଣ, କଟକରୁ ୨୩ଜଣ, ଦେଓଗଡରୁ ୩ଜଣ , ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ୭ଜଣ, କଳାହାଣ୍ଡିରୁ ୮ଜଣ, କେନ୍ଦ୍ରାପଡ଼ାରୁ ଜଣେ , କେଉଁଝରରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩ଜଣ, କୋରାପୁଟରୁ ୨ଜଣ, ମୟୁରଭଞ୍ଜରୁ ୮ଜଣ, ପୂରୀରୁ ୪ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୨୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୮ ଲକ୍ଷ ୬୧ହଜାର ୩୮୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୯ ହଜାର ୨୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୦ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୬ହଜାର ୨୬୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୦୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid19 Odisha Update: କରୋନା ପାଇଁ କଟକଣା କଡ଼ାକଡ଼ି କଲେ ରାଜ୍ୟ ସରକାର

Share this: