Corona Virus India:ଚଳିତ ବର୍ଷ ପ୍ରଥମ ଥର ଗୋଟିଏ ଦିନରେ ୨୭୬ ଜଣଙ୍କ ମୃତ୍ୟୁ, ନୂଆ କରୋନା ମାମଲା ୪୭ ହଜାର ପାର

Share this:

ମୁମ୍ବାଇ: କରୋନା (Corona Virus) ର ୨ୟ ତରଙ୍ଗର ବିପଦ ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦିନ ଦେଶରେ ୨୭୬ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେତୁ କରୋନାରେ ଏହା ଚଳିତ ବର୍ଷର ସବୁଠାରୁ ବଡ ଆକଳନ। ଏଥିସହିତ ଗତ ୨୪ ଘଣ୍ଟାରେ ନୂତନ ମାମଲା ସଂଖ୍ୟା ମଧ୍ୟ ୪୭ ହଜାର ୨୮୧ ହୋଇଛି, ଯାହାକି ଗତ ବର୍ଷ ନଭେମ୍ବର ୧୧ ପରେ ଯେକୌଣସି ଦିନରେ ମିଳିଥିବା ସର୍ବାଧିକ ମାମଲା ଅଟେ। ମୃତ୍ୟୁ ବିଷୟରେ କହିବାକୁ ଗଲେ, ଗତ ବର୍ଷ ଡିସେମ୍ବର ୩୦ପରେ ପ୍ରଥମ ଥର ପାଇଁ କରୋନା ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି। ଡିସେମ୍ବର ୩୦ ରେ, କରୋନା ସଂକ୍ରମଣ ହେତୁ ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।

ମହାରାଷ୍ଟ୍ର ସବୁଠାରୁ ଭୟାନକ ସ୍ଥିତିରେ ଅଛି। ମହାରାଷ୍ଟ୍ରରେ ସର୍ବାଧିକ ୨୮ ହଜାର ୬୯୯ ମାମଲା ରହିଛି। ଏହାପୂର୍ବରୁ ରବିବାର ଦିନ ରାଜ୍ୟରେ ୩୦ ହଜାର ୫୩୫ ମାମଲା ଦେଖିବାକୁ ମିଳିଥିଲା। କେବଳ ମୁମ୍ବାଇ ସହରରେ ଲଗାତାର ତୃତୀୟ ଦିନ ପାଇଁ ୩ ହାଜରରୁ ଅଧିକ ନୂଆ ମାମଲା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ନଭେମ୍ବର ୨୦ ପରେ ରାଜ୍ୟରେ କରୋନା କାରଣରୁ ଏହା ସର୍ବାଧିକ ମୃତ୍ୟୁ ହୋଇଛି।

ପ୍ରତିବନ୍ଧକ ପରେ ମଧ୍ୟ କରୋନା ଉପରେ ପ୍ରତିବନ୍ଧକ ଲଗାଯାଇ ପାରୁନାହିଁ କରୋନା ମାମଲାର ବୃଦ୍ଧି ଅନେକ ସହରରେ ରାତିକର୍ଫ୍ୟୁ, ଲକଡାଉନ୍ ଏବଂ ବନ୍ଦ ଭଳି ପଦକ୍ଷେପ ନେବା ପରେ ମଧ୍ୟ ଚିନ୍ତା ବଢାଉଛି। ସିଏମ୍ ଉଦ୍ଧବ ଠାକରେ ଅନେକ ଥର କହିଛନ୍ତି ଯେ ଯଦି କରୋନା ନିୟନ୍ତ୍ରିତ ନହୁଏ ତେବେ ଲକଡାଉନ୍ ନିଷ୍ପତ୍ତି ନିଆଯାଇପାରେ।

ମହାରାଷ୍ଟ୍ର ପରେ ପଞ୍ଜାବରେ ବିପର୍ଯ୍ୟୟ ଘଟିଛି। ଏଠାରେ କରୋନା ଉତ୍ତର ଭାରତରେ ସବୁଠାରୁ ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଙ୍ଗଳବାର ଦିନ ରାଜ୍ୟରେ କରୋନା ଯୋଗୁଁ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଛତିଶଗଡରେ ୨୦, କେରଳରେ ୧୦ ଏବଂ ତାମିଲନାଡୁରେ ୯  ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

[amazon_auto_links id=”10233″]

Also Read | Reservation: ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ

Share this: