Reservation: ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ

Share this:

ଭୁବନେଶ୍ଵର: ଚଳିତ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନରେ (Odisha Assembly Budget Session) ଆଜି ନବମ ଦିବସରେ ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୃହରେ ଆଜି ସ୍ୱତନ୍ତ୍ର ଭାବେ ୩ ଘଣ୍ଟିଆ ଆଲୋଚନା ହୋଇଛି।

ଏଣିକି ସରକାରୀ ହାଇସ୍କୁଲ (High school) ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଡାକ୍ତରୀ ଓ ବୈଷୟିକ (Medical and Engineering) ଶିକ୍ଷାରେ ନାମଲେଖା (Admission) କ୍ଷେତ୍ରରେ ୧୫% ପ୍ରତିଶତ ସଂରକ୍ଷଣ (15 percent reservation) ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ବିଧାନସଭାରେ ଆଣିଥିବା ଏ ସଂପର୍କିତ ସଙ୍କଳ୍ପଟି ସର୍ବସମ୍ମତିକ୍ରମେ ପାରିତ ହୋଇଯାଇଛି।

ସୂଚନାଯୋଗ୍ୟ ମେଡିକାଲି ଓ ଇଂଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ସଂରକ୍ଷଣ ଲାଗି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଏକେମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି, ସୁପରିଶ ଆଧାରରେ ଏହି ସଙ୍କଳ୍ପଟି ଆସିଥିବାବେଳେ ବିଜେଡି, ବିଜେପି ଓ କଗ୍ରେସର ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ।

ଗ୍ରାମାଞ୍ଚଳରେ ଇଞ୍ଜନିୟରିଂ ଓ ମେଡିକାଲ ପଢ଼ିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଯଥେଷ୍ଟ ସହାୟକ ହେବ। ଏହାବାଦ ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଗ୍ରହ ସୃଷ୍ଟି କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

[amazon_auto_links id=”10233″]

Also Read : Odisha Night Curfew: ଓଡ଼ିଶାକୁ ଫେରିଲା ନାଇଟ କର୍ଫ୍ୟୁ, ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ

Share this: