Diwali Bonus: ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳି ଭେଟି

Share this:

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ (Non-Gazetted Employees) ବୋନସ୍ (Bonus) ଦେବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର (Union Minister Prakash Javadekar) କହିଛନ୍ତି ଯେ ମୋଟ ଆର୍ଥିକ ମୂଲ୍ୟ ୩,୭୩୭ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ପର୍ବ ଅବସରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ସୁଧମୁକ୍ତ ଅଗ୍ରୀମ ଦେବାକୁ ନିଷ୍ପତ୍ତି ନେଇଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ବିଜୟାଦଶମୀ (Vijayadashami) କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ବୋନସ ପ୍ରଦାନ କରାଯିବ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (Direct Benefit Transfer) ମାଧ୍ୟମରେ କର୍ମଚାରୀମାନଙ୍କୁ ଗୋଟିଏ କିସ୍ତିରେ ବୋନସ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Also Read| Odisha:ଶୀତ ଋତୁରେ କରୋନା ଭୟଙ୍କର ହେବ, ଘରେ ରହି ପୂଜା କରନ୍ତୁ ଏବଂ ଭିଡ଼ ଜମାନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

Share this: