Hathras Case: ହାଥରସ୍ ମାମଲାରେ ନକ୍ସଲ ସଂଯୋଗ, ପୀଡିତାଙ୍କ ନକଲି ଭାଉଜ ସାଜି ଚାଲିଥିଲା ଷଡଯନ୍ତ୍ର

Share this:

ହାଥରସ୍ : ଉତ୍ତରପ୍ରଦେଶର ହାଥରସ୍ (Hathras) ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ଆସୁଛି। ହାଥରସ୍ ଉପରେ ଯୋଗୀ ସରକାର କଡା କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାଥରସ୍ ମାମଲା ସହ ଜଡିତ ପ୍ରତ୍ୟେକ ଦିଗ ଉପରେ ଏସଆଇଟି (SIT) ଟିମ୍ ଅନୁସନ୍ଧାନ କରୁଛି। ଏହି ସମୟ ମଧ୍ୟରେ ଶନିବାର ଦିନ ଏକ ବିରାଟ ଖୁଲାସା ହୋଇଛି। ଏବେ ହାଥରସ୍ ମାମଲାରେ ନକ୍ସଲ ସଂଯୋଗର ବିଷୟ ମଧ୍ୟ ବାହାରକୁ ଆସୁଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ ସନ୍ଦିଗ୍ଧ ନକ୍ସଲ ମହିଳା ଜଣକ ପୀଡିତାଙ୍କ ଭାଉଜ ଭାବରେ ଘରେ ରହୁଥିଲେ ଏବଂ ସେଠାରୁ ଷଡଯନ୍ତ୍ର କରୁଥିଲେ।

ହାଥରସ୍ ଘଟଣାର ସୂତ୍ରରୁ ପ୍ରକାଶ ଯେ, ଏଜେନ୍ସିର ନିର୍ଦ୍ଦେଶରେ ଆସିଥିବା ଜବଲପୁର (Jabalpur) ର ମହିଳା କାର୍ଯ୍ୟକର୍ତ୍ତାଙ୍କ ନାମ ଆଗରେ ‘ଡ଼ା’ ଲେଖିଥିଲେ ଏବଂ ସେ ୧୬ ସେପ୍ଟେମ୍ବରରୁ ପରିବାରର ଏକ ଅଂଶ ଭାବରେ ରହୁଥିଲେ। କୋଭିଡ ସଂକ୍ରମିତ ବୋଲି ଦର୍ଶାଇ ନିଜର ଚେହେରାକୁ ଘୋଡାଇ କରି ପରିବାରର ସଦସ୍ୟ ହୋଇ ସେ ଅନେକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ଅନେକ ଉତ୍ତେଜନାମୂଳକ ଆଲୋଚନା କରିଥିଲେ। ଏହା ସହିତ ଗ୍ରାମବାସୀମାନେ ମଧ୍ୟ ମିଥ୍ୟା ଗୁଜବ ପ୍ରଚାର କରିବା ପାଇଁ କାର୍ଯ୍ୟ କରିଥିଲେ। ପୋଲିସର ତଦନ୍ତ ଆରମ୍ଭ ହେବା ମାତ୍ରେ ସେ ନିଖୋଜ ହୋଇଯାଇଥିଲେ। ବର୍ତ୍ତମାନ ୟୁପି ପୋଲିସ ଏହି ନକଲି ଭାଉଜକୁ ଖୋଜିବା ଆରମ୍ଭ କରିଛି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

ଏଥି ସହିତ, ହାଥରସ୍ ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଏସଆଇଟି ଆଜି ଆଲିଗଡ ଜେଲକୁ ଯାଇଛି। ଏହା ସହିତ ଘଟଣାର ଦିନଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ହାଥରସ୍ ଘଟଣାରେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ, ହାଥରସ୍ ଘଟଣାର ବାହାନା କରି ୟୁପିରେ ଜାତିଗତ ଦଙ୍ଗା ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା, ଯେଉଁଥିରେ PFI ଏବଂ SDPI ଭଳି ସଂଗଠନ ଜଡିତ ଥିଲେ। ଏହି ସଂଗଠନଗୁଡିକ CAA ବିରୋଧରେ ହିଂସାରେ ଜଡିତ ଥିଲେ। ହାଥରସ୍ ଘଟଣାର ବାହାନା କରି ୟୁପିରେ ହିଂସା ବିସ୍ତାର ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରିବାରେ ଏହି ସଂଗଠନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Also Read| Hathras Case : ରାତିରେ କାହିଁକି ପୀଡିତାଙ୍କ ଶବଦାହ କଲେ, ସୁପ୍ରିମକୋର୍ଟରେ ଉତ୍ତର ଦେଲେ ଯୋଗୀ ସରକାର

Share this: