Krushak Odisha Registration: ଏଥର PM Kisan ଓ Kalia Yojana ରୁ ବାଦ ପଡ଼ିବେ ବହୁ ଚାଷୀ; ଶୀଘ୍ର କରନ୍ତୁ ପଞ୍ଜୀକରଣ

Share this:

ଭୁବନେଶ୍ଵର: Krushak Odisha Registration Online Apply କୃଷକ ଓଡ଼ିଶା ପଞ୍ଜୀକରଣ (Krushak Odisha Registration) କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ କୃଷକ ଓଡ଼ିଶା ପୋର୍ଟାଲ ମାଧମରେ ଏକ Data Base ପ୍ରସ୍ତୁତ କରାଯାଉଅଛି। ଏହା ଦ୍ଵାରା କୃଷି,ଉଦ୍ୟାନ କୃଷି,ପ୍ରାଣୀ ସମ୍ପଦ, ମତ୍ସ୍ୟ ବିଭାଗ ଟାଟା ଆନୁସଙ୍ଗିକ କୃଷି ସମ୍ବଦ୍ଧିୟ ସମସ୍ତ ସୁବିଧା ସୁଯୋଗ ହାସଲ କରିବା ପାଇଁ କୃଷକ ଭଉଣୀ ଓ ଭାଇ ମାନେ କୃଷକ ଓଡ଼ିଶା ପୋର୍ଟାଲରେ ନାମ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ଅଟେ।  ଏହି ସମସ୍ତ ସୁବିଧାକୁ ହାସଲ କରିବା ପାଇଁ ଯେଉଁ କୃଷକ ଭଉଣୀ ଓ ଭାଇ ନିଟସ୍ଥ ମୋ ସେବା କେନ୍ଦ୍ର ରେ ନିଜର ନାମ ପଞ୍ଜୀକୃତ ହୋଇସାରିଛି, ସେମାନେ ନିଜର ତଥ୍ୟକୁ ଅପଡେଟ କରାଇବାର ନିହାତି ଆବଶ୍ୟକତା ରହିଅଛି।

 

best mobiles

  

କୃଷକ ଓଡ଼ିଶା ପୋର୍ଟାଲ୍‌ରେ ପଞ୍ଜିକରଣ କରିବାପାଇଁ ଆବଶ୍ୟକ Document

  • ଆଧାର କାର୍ଡ
  • ରାସନ କାର୍ଡ଼
  • ପାସପୋର୍ଟ ଫଟୋଗ୍ରାଫ୍
  • ଆଧାର ଲିଙ୍କଡ ମୋବାଇଲ୍ ନମ୍ବର
  • ବ୍ୟାଙ୍କ ପାସ୍‌ବୁକ୍
  • ଜମି ପଟା

ଆବଶ୍ୟକୀୟ ସମସ୍ତ ଦସ୍ତାବିଜ୍ ନେଇ “ ମୋ ସେବା କେନ୍ଦ୍ର” (Mo Seva Kendra) କୁ ଯୋଗାଯୋଗ କରନ୍ତୁ। ଏହି ପଞ୍ଜୀକରଣ ନିଜେ ଅନଲାଇନ (Online) କରିପାରିବେ କିମ୍ବା ଜନସେବା କେନ୍ଦ୍ର (Jana Seva Kendra) ରେ ମଧ୍ୟ ପଞ୍ଜୀକରଣ କରିପାରିବେ।

amazon_sale2

କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକୃତ ନହେଲେ ଅସୁବିଧା କଣ?

ଚାଷୀ ଭଉଣୀ ଓ ଭାଇ ମାନେ ଦୟାକରି ଧ୍ୟାନ ଦିଅନ୍ତୁ ଯେ କୃଷି ବିଭାଗୀୟ ସୁବିଧାମାନ ଯଥା – ବିହନ, କୃଷି ଯନ୍ତ୍ରପାତି , ଗଭୀର ସେଚକୂପ, MKUY, ଧାଡି ଚାଷ, ଡାଲି / ତୈଳବୀଜ ଫସଲ ଆଦି ଚାଷ ନିମନ୍ତେ ରିହାତି ଓ କାଳିଆ (Kalia Yojana) ଏବଂ PM Kisan ତଥା ଅନ୍ୟାନ୍ୟ ଯୋଜନାରେ ସାମିଲ ହେବାପାଇଁ ” କୃଷକ ଓଡିଶା ପୋର୍ଟାଲ୍ ” ମାଧ୍ୟମରେ ପଞ୍ଜୀକରଣ ଓ ତଥ୍ୟ ସଂଶୋଧନ କରିବା ନିତାନ୍ତ ଆବଶ୍ୟକI

ବିଶେଷ କରି PM- KISAN ଓ kalia Yojana ପାଇବା ପାଇଁ କୃଷକ ଓଡିଶା ପୋର୍ଟାଲ୍ ରେ ପଞ୍ଜୀକରଣ ଏବଂ e-KYC ବାଧ୍ୟତାମୂଳକ। କୃଷକ ଓଡିଶା ଡାଟା – ବେସ୍ ରେ ନୂତନ ପଞ୍ଜୀକରଣ ଓ ପୂର୍ବରୁ ପଞ୍ଜୀକୃତ ଚାଷୀମାନଙ୍କର ତଥ୍ୟ ସଂଶୋଧନ ” ମୋ ସେବା କେନ୍ଦ୍ର ” ଗୁଡିକରେ ହେବ। କୃଷକ ଓଡ଼ିଶା ପୋର୍ଟାଲରେ ସେବା ଶୁଳ୍କମୁକ୍ତ ଅଟେ।

ପଞ୍ଜିକରଣ କରିବାର ଶେଷ ତାରିଖ ୩୧ ଅକ୍ଟୋବର ୨୦୨୨ ରହିଛି। କୃଷି ଓ ଆନୁସଙ୍ଗିକ କୃଷି ସମ୍ବନ୍ଧୀୟ ଯୋଜନାର ସୁବିଧା ସୁଯୋଗ ପାଇବା ପାଇଁ ମଧ୍ୟ କୃଷକ ଓଡ଼ିଶା ପୋର୍ଟାଲ୍ ରେ ପଞ୍ଜୀକରଣ ନିହାତି ଆବଶ୍ୟକ।

tv

କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ କରିବା ପ୍ରକ୍ରିୟା

ପ୍ରଥମେ କୃଷକ ଓଡ଼ିଶା ପୋର୍ଟାଲର ୱେବସାଇଟ https://krushak.odisha.gov.in/website/home ରେ କ୍ଲିକ କରନ୍ତୁ

ନୂଆ ରେଜିଷ୍ଟ୍ରେସନ ପାଇଁ Register / Login ରେ ନିଜର ଆଧାର ନମ୍ବର (Aadhaar Number) ଦିଅନ୍ତୁ

ତାପରେ Login ରେ କ୍ଲିକ କରନ୍ତୁ

ମୋବାଇଲ ନମ୍ବର କୁ ଆସିଥିବା OTP ଦିଅନ୍ତୁ।

ୱେବସାଇଟ ସୂଚନା ଅନୁସାରେ ନିଜର ସମସ୍ତ ବିବରଣୀ ଦିଅନ୍ତୁ।

ଶେଷରେ Submit କରନ୍ତୁ।

Read Also | PM Kisan 12th Installments: ମୋଦୀ ସରକାରଙ୍କ ଚାଷୀଙ୍କୁ ଦଶହରା ଭେଟି; ଏହି ଦିନ ମିଳିବ ୪ହଜାର ଟଙ୍କା

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *