ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ ହେଲେ କରୋନା ଆକ୍ରାନ୍ତ

Share this:

ରାଜ୍ୟରେ ଆଜି  ରେକର୍ଡ ସଂଖ୍ୟକ ୮୦୮ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୫ ହଜାର ୨୦୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୫୩୦ ଜଣ,ରାୟଗଡ଼ା ରୁ ୬୧ଜଣ ,  ଖୋର୍ଦ୍ଧା ରୁ ୧୯ ଜଣ, ବାଲେଶ୍ଵର ୧୯ଜଣ,  ଗଜପତି ଜିଲ୍ଲାରୁ ୨୨ ଜଣ, କଟକ ରୁ ୩୫ ଜଣ,ମାଲକାନଗିରି ରୁ ୩୦ଜଣ, ବରଗଡ଼ ଓ ଭଦ୍ରକ ରୁ ୧୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ ରୁ ୮ ଜଣ ସୁସ୍ଥ ହୋଇଛନ୍ତି।  ସେହିପରି କେଉଁଝର ,ଝାରସୁଗୁଡା ,ଜଗତସିଂହପୁର ଓ କେନ୍ଦ୍ରାପଡ଼ା ୭ ଜଣ ଲେଖାଏଁ  ସୁସ୍ଥ ହୋଇଛନ୍ତି। ସମ୍ବଲପୁର ରୁ ୫ ଜଣ ,ସୁନ୍ଦରଗଡ଼ ରୁ ୩ ଜଣ  ଏବଂ ନବରଙ୍ଗପୁର ରୁ ୪ ଜଣ ସୁସ୍ଥ ହୋଇଛନ୍ତି। ଅନଗୁଳ,ଯାଜପୁର ଓ ପୁରୀ ରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। କୋରାପୁଟ ଓ ନୟାଗଡ଼ ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

From The Web

Share this: