Hyderabad: ଲଗାଣ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି

Share this:

ହାଇଦ୍ରାବାଦ: ଅବିଶ୍ରାନ୍ତ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇଦ୍ରାବାଦର (Hyderabad)ଏକ ବଡ ହ୍ରଦରେ ଅତ୍ୟଧିକ ବର୍ଷାଜଳ ପ୍ରବେଶ କରିବା ଯୋଗୁଁ ବହୁ କଲୋନି ଜଳମଗ୍ନ ହୋଇଛି।

କିଛିଦିନ ପୂର୍ବେ ହାଇଦ୍ରାବାଦ ଓ ତେଲେଙ୍ଗାନା (Telangana)ର କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ବହୁ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳହାଟ ସହରରେ କାନ୍ଥ ପଡିଯିବା ଯୋଗୁଁ ଜଣେ ୫ବର୍ଷର ପିଲା ନିହତ ହୋଇଥିଲା। ଇତିମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଅରେ ୱାର୍ଣିଂ ଜାରି କରାଯାଇ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଆଉ ଏକ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ହାଇଦ୍ରାବାଦ ଓ ଏହାର ନିକଟବର୍ତୀ ଅଂଚଳରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଉତର କର୍ଣ୍ଣାଟକରେ ଗତକିଛିଦିନ ହେବ ବର୍ଷା ଲାଗିରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ତଦାରଖ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ଯେ କାଲବୁର୍ଗୀ (Kalburgi), ବିଜୟପୁରା (Bijayapur), ରାଇଚୁର (Raichur) ଓ ୟାଦଗିର (Yadgir)ର ୨୨ ହଜାର ୭୫୩ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୫୧ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି। ଏନ୍‌.ଡି.ଆର୍‌.ଏଫ୍‌, ଅଗ୍ନିଶମ ଓ ଜରୁରୀକାଳୀନ ସଂସ୍ଥା ପକ୍ଷରୁ ନଦୀକୂଳରେ ଫସିରହିଥିବା ୪୪୮ଜଣଙ୍କୁ ଉଦ୍ଧାର କରାଯାଇଛି।

Also Read|Hyderabad: ହାଇଦ୍ରାବାଦରେ ବାଦଲଫଟା ବର୍ଷା,୧୧ ଜଣଙ୍କର ମୃତ୍ୟୁ

Share this: