SLINEX-20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ଆରମ୍ଭ

Share this:

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ SLINEX-20 ଆଜିଠାରୁ ଆରମ୍ଭ ହେଉଛି। ତ୍ରିଙ୍କୁମାଳୀ ଉପକୂଳରେ ଏହି ସମରାଭ୍ୟାସ ଚାଲିବ ଓ ଏହା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀଲଙ୍କା ନୌବାହିନୀର SLN ଜାହାଜ ସୟୁରା (Sayura) ଓ ଗଜବାହୁ (Gajabahu) ସମରାଭ୍ୟାସରେ ଅଂଶଗ୍ରହଣ କରୁଛି।

ଶ୍ରୀଲଙ୍କା ନୌବାହିନୀର ରିଅର୍‍ ଆଡମିରାଲ୍‍ ବନ୍ଦରା ଜୟତିଳକା (Rear Admiral Bandara Jayathilaka) ଏହି ସମରାଭ୍ୟାସରେ ଶ୍ରୀଲଙ୍କା ପକ୍ଷରୁ ନେତୃତ୍ୱ ନେବେ। ଭାରତୀୟ ନୌବାହିନୀ ପକ୍ଷରୁ ରିଅର୍‍ ଆଡମିରାଲ୍‍ ସଂଜୟ ବାତ୍ସାୟନ (Rear Admiral Sanjay Vatsayan) ଏହି ସମରାଭ୍ୟାସ ନେତୃତ୍ୱ ନେଉଛନ୍ତି।

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଭାରତୀୟ ନୌବାହିନୀ ଆଡଭାନ୍ସଡ୍‍ ଲାଇଟ୍‍ ହେଲିକପ୍ଟର, ଚେତକ୍‍ ହେଲିକପ୍ଟର, ଡୋର୍ନିଅର ସାମୁଦ୍ରିକ ପହରା ଯୁଦ୍ଧ ବିମାନ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି। SLINEX-20 ଦୁଇଦେଶ ମଧ୍ୟରେ ପାରସ୍ପରିକ ବୁଝାମଣାରେ ଉନ୍ନତି ଆଣିବାର ଆଶା କରାଯାଉଛି।

Also Read|DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ

Share this: