CET Webinar: CET ଓ BARC ମିଳିତ ଉଦ୍ୟମରେ ରେଡିଓ ଆଇସୋଟୋପ୍ସ ଏବଂ ଆଣବିକ ବର୍ଜ୍ୟବସ୍ତୁ ବିଷୟରେ FDP ୱେବିନାର୍

Share this:

ଭୁବନେଶ୍ଵର: ସ୍ଥାନୀୟ ରସାୟନ ବିଜ୍ଞାନ ବିଭାଗ, କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଓ ଭାବା ଆଟୋମିକ ରିସାର୍ଚ ସେଣ୍ଟର (BARC) ମିଳିତ ଆନୁକୂଲ୍ୟରେ ପାଞ୍ଚ ଦିନିଆ ଅକ୍ଟୋବର ୧୯ ରୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ କିପରି ରେଡିଓ ଆଇସୋଟୋପ୍ସର ସାମାଜିକ ଲାଭ ପାଇଁ ପ୍ରୟୋଗ ଏବଂ ଆଣବିକ ବର୍ଜ୍ୟବସ୍ତୁର ପରିଚାଳନା (Applications of Radioisotopes for Societal Benefits and Nuclear Waste Management) ବିଷୟକୁ ନେଇ ଫ୍ୟାକଲ୍ଟି ଡେଭେଲପମେନ୍ଟ ପ୍ରୋଗ୍ରାମ (Faculty Development Programme) ୱେବିନାର୍ (Webinar) ଟିଇକ୍ୟୁଆଇପି–iii (TEQIP-III) ଅଧୀନରେ ଉଦ୍ଘାଟିତ ହୋଅଛି।

JOIN THE WEBINAR

ଏହି ସମ୍ମିଳନୀରେ ରେଡିଓ ଆଇସୋଟୋପ୍ସର ସାମାଜିକ ଲାଭ ପାଇଁ ବ୍ୟବହାର ଉପରେ ଧ୍ୟାନ ଦେବ ଯାହାକି ସ୍ୱାସ୍ଥ୍ୟସେବା, କୃଷି କ୍ଷେତ୍ରରେ ଖାଦ୍ୟ ଉତ୍ପାଦନ ବୃଦ୍ଧି, ଶିଳ୍ପ, ଏବଂ ଜଳ ସମ୍ପଦ ପରିଚାଳନା ବିଷୟରେ ବିଚାର ବିମର୍ଶ ହେବ। ଏହାସହିତ ଆଣବିକ ବର୍ଜ୍ୟବସ୍ତୁର ପରିଚାଳନା ଉପରେ ମଧ୍ୟ ଚର୍ଚ୍ଚା କରାଯିବ। ନ୍ୟୁଟ୍ରନ୍ ଆକ୍ଟିଭେସନ୍ ଆନାଲିସିସ୍ (Neutron Activation Analysis- NAA) ଏବଂ ରେଡିଓ ଟ୍ରାସରସ୍ (Radiotracers)ର ରାସାୟନିକ ବିଜ୍ଞାନରେ ଅନୁସନ୍ଧାନ ପାଇଁ କିପରି ପ୍ରୟୋଗ କରାଯାଇପାରିବ ଅଲୋଚନ ହେବାର କାର୍ଯ୍ୟକ୍ରମ ଅଛି। ଉନ୍ନତ ବିକାଶ ପାଇଁ ଯୁବ ଅଧ୍ୟାପକ, ଅନୁସନ୍ଧାନକାରୀ ଓ ଛାତ୍ରମାନେ ଏଥିରୁ ଲାଭଦାୟକ ହେବେ।

CET Virtual Conference: ସିଇଟି ଓ ଆଇସିଟି-ଆଇଓସି ମିଳିତ ଉଦ୍ୟମରେ ରାସାୟନିକ ଓ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ଅଧିବେଶନ

ଅନ୍ ଲାଇନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ BARCର ରେଡିଓ କେମେଷ୍ଟ୍ରି ବିଭାଗ ନିର୍ଦେଶକ ପ୍ରଫେସର ପି.କେ. ପୂଜାରୀ (Dr. P. K. Pujari) ଉଦ୍ଘାଟନ କରିଥିଲେ। ରସାୟନ ବିଭାଗ ମୁଖ୍ୟ ଡା.ଅଚ୍ୟୁତନନ୍ଦ ଆଚାର୍ଯ୍ୟ (Dr. A.N Acharya) ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସିଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର (Prof. Prashant Kumar Patra), ଷ୍ଟେଟ ପ୍ରୋଜେକ୍ଟ ଡାରେକ୍ଟର ପ୍ରଫେସର ଅନ୍ତର୍ଯ୍ୟାମି ମିଶ୍ର (Prof. Antaryami Mishra), ଦକ୍ଷତା ବିକାଶ ଓ ଯାନ୍ତ୍ରିକ ଶିକ୍ଷା ବିଭାଗ (SD&TE Dept., Govt. of Odisha)ର ଯୁଗ୍ମ ସଚିବ (Joint Secretary) ଡା.ଅଜୟ କୁମାର ନାୟକ (Dr. A. K. Nayak) ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଭାବା ଆଣବିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମାନେ ଏହି ପାଞ୍ଚଦିନିଆ କର୍ମଶାଳାରେ ଉଦବୋଧନ ଦେବେ।

ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ନିମ୍ନଲିଖିତ LINK ରେ କ୍ଲିକ କରନ୍ତୁ…

Registration form Link:

https://forms.gle/YUSiABcmhBPF2n1m9 {Click Here}

Google Meet link:

meet.google.com/eid-bzsg-dit

{Click Here}

FOR DETAILS CONTACT:

Dr. A. N. Acharya, HOD,Dept. of Chemistry

College of Engineer ing and Technology, Bhubaneswar -751029

E-maiI : aacharya@cet.edu.in

Contact No. : 94372 73851

Also Read|Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

Share this:

Leave a Reply

Your email address will not be published. Required fields are marked *