Covid: ଅନୁଗୁଳ ସମେତ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ୫୫୦ଟି କୋଭିଡ୍‍ ଶଯ୍ୟା ବ୍ୟବସ୍ଥା କରିବାକୁ MCL କୁ ନିର୍ଦ୍ଦେଶ

Share this:

ଭୂବନେଶ୍ଵର: କରୋନାର ଦ୍ୱିତୀୟ ଲହର (Corona Second Wave) ରେ ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ରାଜ୍ୟରେ ମେଡିକାଲ ଭିତ୍ତିଭୂମିର ନିର୍ମାଣ ପାଇଁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ଟି ଶଯ୍ୟା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ମହାନଦୀ କୋଲ ଫିଲ୍ଡ ଲିମିଟେଡ (MCL) କୁ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ କରିଥିବା ଅନୁରୋଧକୁ ପ୍ରାଥମିକତା ପ୍ରଦାନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପ୍ରଧାନ ଏ ନେଇ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ସମ୍ବଲପୁର ଜିଲ୍ଲାରେ ୧୫୦ଟି, ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‍ସିଏଲ୍‍ କୋଭିଡ୍‍ ହସ୍ପିଟାଲରେ ୧୫୦ଟି, ସୁନ୍ଦରଗଡ଼ର ବସୁନ୍ଧରା ଏବଂ ଝାରସୁଗୁଡ଼ାର ବ୍ରଜରାଜନଗର ସ୍ଥିତ କୋଭିଡ୍‍ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍‍ ସଂଯୁକ୍ତ ଶଯ୍ୟା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ପରେ ଝାରସୁଗୁଡ଼ା ଲଖନପୁର ହସ୍ପିଟାଲରେ ୨୦ଟି ଆଇସିୟୁ ସମେତ ୧୨୦ଟି ଶଯ୍ୟା ବ୍ୟବସ୍ଥା କରାଯାଉଛି। ଓଡ଼ିଶାରେ କରୋନା ପରିଚାଳନା ପାଇଁ ଏମ୍‍ସିଏଲ୍‍ ପକ୍ଷରୁ ୧୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଏମ୍‍ସିଏଲ, ଭୁବନେଶ୍ୱରରେ କୋଭିଡ୍‍ ହସ୍ପିଟାଲରେ ପ୍ରତିଷ୍ଠା ପାଇଁ ୧୨ଶହ ଶଯ୍ୟାପାଇଁ ଆର୍ଥିକ ସାହାଯ୍ୟ କରିଛନ୍ତି।

Also Read | Covid19 Village:ରାଜ୍ୟକୁ ତାଗିଦ,ଗ୍ରାମାଞ୍ଚଳରେ କୋଭିଡ଼ ସଂକ୍ରମଣ ବୃଦ୍ଧିକୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଅ:କେନ୍ଦ୍ର

[amazon_auto_links id=”9939″]
Share this:

Leave a Reply

Your email address will not be published. Required fields are marked *