Odisha Covid-19: ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହେଲେ ୮ ହଜାର ୬୬୫ ଜଣ

Share this:

ଭୁବନେଶ୍ଵର: ଆଜି ରାଜ୍ୟରୁ ଆଉ ୮ହଜାର ୬୬୫ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୩୪୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୪୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୬୨୮ଜଣ, ଅନୁଗୋଳ ଜିଲ୍ଲାରୁ ୫୨୮ଜଣ, ଝାରସୁଗୁଡାରୁ ୪୫୮ଜଣ, କଟକରୁ ୪୪୪ଜଣ,ପୁରୀରୁ ୪୩୪ଜଣ, ନୂଆପଡ଼ାରୁ ୪୦୪ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୮୧ଜଣ, ବରଗଡ଼ରୁ ୩୬୩ଜଣ, ବଲାଙ୍ଗୀରରୁ ୩୨୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧୮ଜଣ, ବାଲେଶ୍ଵରରୁ ୩୦୧ଜଣ, ଗଞ୍ଜାମରୁ ୨୯୦ଜଣ, ଯାଜପୁରରୁ ୨୭୪ଜଣ, ମୟୁରଭଞ୍ଜରୁ ୨୪୩ଜଣ, କଳାହାଣ୍ଡିରୁ ୨୩୫ଜଣ, ନୟାଗଡରୁ ୨୦୬ଜଣ, ବୌଦ୍ଧରୁ ୧୯୯ଜଣ, ଜଗତସିଂପୁରରୁ ୧୭୨ଜଣ, କେଉଁଝରରୁ ୧୬୭ଜଣ, ସୋନପୁରରୁ ୧୪୦ଜଣ, ରାୟଗଡାରୁ ୧୩୨ଜଣ, କେନ୍ଦ୍ରାପଡା ୧୨୦ଜଣ, କୋରାପୁଟରୁ ୧୧୯ଜଣ, ଗଜପତି ଜିଲ୍ଲାରୁ ୧୦୯ଜଣ, ମାଲକାନଗିରି ଜିଲ୍ଲାରୁ ୭୨ଜଣ, ଦେଓଗଡରୁ ୬୭ଜଣ, ଭଦ୍ରକ ଜିଲ୍ଲାରୁ ୬୩ଜଣ, ଢେଙ୍କାନାଳରୁ ୪୭ଜଣ, କନ୍ଧମାଳରୁ ୪୩ଜଣ, ଏବଂ ଷ୍ଟେଟ୍ ପୁଲରୁ ୨୩୮ଜଣ ସୁସ୍ଥ ହୋଇଛନ୍ତି।

ଏଥିସହିତ କରୋନାଜନିତ ମୋଟ୍‍ ମୃତ୍ୟୁ ସଂଖ୍ୟା ୨ ହଜାର ୨୫୧କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

[amazon_auto_links id=”9932″]

Also Read | Corona: ଗୋଟିଏ ବିଶ୍ଵବିଦ୍ୟାଳୟରୁ କରୋନାରେ ୨୬ ପ୍ରଫେସରଙ୍କ ମୃତ୍ୟୁ, ଯାଞ୍ଚ ଆଦେଶ

Share this: