୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣକୁ DCGI ର ମଞ୍ଜୁରି, ୫୨୫ଜଣ ସୁସ୍ଥ ସ୍ୱେଛାସେବୀ ନେବେ ଭାଗ

Share this:

ନୂଆଦିଲ୍ଲୀ: ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (SEC) ର ସୁପାରିସକୁ ଗ୍ରହଣ କରିଛି ଏବଂ ୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ (Covaxin) ର ଦ୍ବିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ (Clinical Trials) ନିମନ୍ତେ ଏହାର ଉତ୍ପାଦକ ଭାରତ ବାୟୋଟେକ ଲିମିଟେଡ (Bharat Biotech Ltd) କୁ ମଞ୍ଜୁରି ଦେଇଛି। ମେ ୧୨ ରେ ଏହି ମଞ୍ଜୁରି ଦିଆଯାଇଛି।

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ, ହାଇଦ୍ରାବାଦ (BBIL) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରୀକ୍ଷଣ ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ। ଏହି ପରୀକ୍ଷଣରେ, ଇଣ୍ଟ୍ରାମସ୍କୁଲାର ମାର୍ଗ ମାଧ୍ୟମରେ ୦ ରୁ ୨୮ ଦିନ ମଧ୍ୟରେ ଟିକାର ଦୁଇଟି ଡୋଜ୍ ଦିଆଯିବ। ସମିତି ବିସ୍ତୃତ ବିଚାରବିମର୍ଷ ପରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁସାରେ ଦ୍ବିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ସୁପାରିସ କରିଥିଲା।

[amazon_auto_links id=”9939″]

Also Read | Odisha Weather Report: ୧୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

Share this: