Corona Virus: ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୬୦୩ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରେ ପୁଣି ୬୦୩ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ସଂଖ୍ୟା ୨୨ ହଜାର ୪୫ରେ ପହଞ୍ଚିଲା ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ  ମଧ୍ୟରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୬ ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୧୩୧ଜଣ (୧୦୦ଜଣ ପୁରୁଷ ଓ ୩୧ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୨୨ଜଣ (୯୩ଜଣ ପୁରୁଷ ଓ ୨୯ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୧୦୦ଜଣ (୭୧ ଜଣ ପୁରୁଷ ଓ ୨୯ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୬୬ଜଣ (୪୬ଜଣ ପୁରୁଷ ଓ ୨୦ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୫୭ଜଣ ( ୩୯ଜଣ ପୁରୁଷ ଓ ୧୮ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୩୮ଜଣ (୨୮ଜଣ ପୁରୁଷ ଓ ୧୦ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୩୬ଜଣ (୨୬ଜଣ ପୁରୁଷ ଓ ୧୦ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୯ଜଣ (୧୫ ଜଣ ପୁରୁଷ ଓ ୪ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୬ଜଣ (୧୨ଜଣ ପୁରୁଷ ଓ୪ ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୧୧ଜଣ (୭ଜଣ ପୁରୁଷ ଓ ୪ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୭ଜଣ (୪ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୧୧ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୪୨୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୩ ଜଣ ମୃତ୍ୟୁବରଣ କଲେଣି ବୋଲି ସରକାରୀ ଭାବେ ପ୍ରକାଶ ପାଇଛି।

[amazon_auto_links id=”9932″]

Also Read | Covid: ଅନୁଗୁଳ ସମେତ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ୫୫୦ଟି କୋଭିଡ୍‍ ଶଯ୍ୟା ବ୍ୟବସ୍ଥା କରିବାକୁ MCL କୁ ନିର୍ଦ୍ଦେଶ

Share this: