Covid19 Odisha: ପୁଣି ଆଜି ଓଡ଼ିଶାରୁ ରେକର୍ଡ ସଂଖ୍ୟକ ୧୨ ହଜାର ୩୯୦ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ପୁଣି କରୋନା (Corona Virus) ତାର ଗତି ତୀବ୍ର କରିଛି। ଆଜି ପୁଣି ରେକର୍ଡ ସଂଖ୍ୟକ ୧୨ ହଜାର ୩୯୦ ଜଣ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୯୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୪୫୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ୨ହଜାର ୨୦୧ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୩୨ଜଣ, ବାଲେଶ୍ଵରରୁ ୩୪୦ ଜଣ, ବରଗଡ଼ରୁ ୫୦୭ଜଣ, ଭଦ୍ରକରୁ ୪୧୨ଜଣ, ବଲାଙ୍ଗୀରିରୁ ୪୬୧ଜଣ, ବୌଦ୍ଧରୁ ୨୨୮ଜଣ, କଟକରୁ ୭୧୯ଜଣ, ଦେଓଗଡ଼ରୁ ୧୦୮ଜଣ, ଢେଙ୍କାନାଳରୁ ୧୭୪ଜଣ, ଗଜପତିରୁ ୧୧୫ଜଣ, ଗଞ୍ଜାମରୁ ୩୮୭ଜଣ, ଜଗତସିଂପୁରରୁ ୨୫୯ଜଣ, ଯାଜପୁରରୁ ୪୩୬ଜଣ, ଝାରସୁଗୁଡାରୁ ୪୧୩ଜଣ, କଳାହାଣ୍ଡିରୁ ୨୧୦ଜଣ, କନ୍ଧମାଳରୁ ୧୦୧ଜଣ, କେଉଁଝରରୁ ୨୦୮ଜଣ, କୋରାପୁଟରୁ ୨୪୬ଜଣ, କେନ୍ଦ୍ରାପଡ଼ାରୁ ୧୩୭ଜଣ, ମୟୁରଭଞ୍ଜରୁ ୪୮୦ଜଣ, ମାଲକାନଗିରିରୁ ୧୦୩ଜଣ, ନବରଙ୍ଗପୁରରୁ ୩୬୨ଜଣ, ନୟାଗଡ଼ରୁ ୩୦୧ଜଣ, ନୂଆପଡ଼ାରୁ ୨୦୪ଜଣ, ପୁରୀରୁ ୪୬୯ଜଣ, ରାୟଗଡାରୁ ୧୮୭ଜଣ, ସମ୍ବଲପୁରରୁ ୬୭୭ଜଣ, ସୋନପୁରରୁ ୧୭୮ଜଣ, ସୁନ୍ଦରଗଡରୁ ୮୮୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୫୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୭ ଲକ୍ଷ ୬୯ ହଜାର ୩୧୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୮୮ ହଜାର ୬୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୬୬୫ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୮୨ ହଜାର ୩୪୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୪ ହଜାର ୧୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣକୁ DCGI ର ମଞ୍ଜୁରି, ୫୨୫ଜଣ ସୁସ୍ଥ ସ୍ୱେଛାସେବୀ ନେବେ ଭାଗ

[amazon_auto_links id=”9939″]
Share this: