Odisha Covid19: ଆଜି ରାଜ୍ୟରେ ପୁଣି ୪୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୃତ୍ୟୁସଂଖ୍ୟା ୯୦୭

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୪ ହଜାର ୧୦୮ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭୨୧ ଜଣ ସୁସ୍ଥ କଟକରୁ ୪୯୨ ଜଣ, ଅନୁଗୋଳରୁ ୧୮୬ ଜଣ, ବରଗଡ଼ରୁ ୧୧୪ ଜଣ, ଯାଜପୁରରୁ ୨୧୨ ଜଣ, ମୟୁରଭଞ୍ଜରୁ ୧୩୯ ଜଣ, ଭଦ୍ରକରୁ ୧୬ ଜଣ, ବାଲେଶ୍ଵରରୁ ୧୧୬ ଜଣ, ଢେଙ୍କାନାଳରୁ ୭୫ ଜଣ, ପୁରୀରୁ ୫୫ ଜଣ, ଜଗତସିଂପୁରରୁ ୧୪୩ ଜଣ, ରାୟଗଡାରୁ ୬୪ ଜଣ, ଗଞ୍ଜାମରୁ ୬୭ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୨୮ ଜଣ, ନୟାଗଡ ୫୦ ଜଣ, ସୋନପୁରରୁ ୭୩ ଜଣ, ବଲାଙ୍ଗୀରରୁ ୮୦ ଜଣ, ସୁନ୍ଦରଗଡରୁ ୧୧୬ ଜଣ, ଝାରସୁଗୁଡାରୁ ୧୫୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୯ ଜଣ, କେନ୍ଦ୍ରାପଡା ୧୦୭ ଜଣ, କୋରାପୁଟରୁ ୭୩, କେଉଁଝରରୁ ୧୧୭ ଜଣ, କନ୍ଧମାଳରୁ ୭୧ ଜଣ, ନୂଆପଡ଼ାରୁ ୧୧୮ ଜଣ, କଳାହାଣ୍ଡିରୁ ୧୧୭ ଜଣ, ଗଜପତିରୁ ୪୦ ଜଣ, ବୌଦ୍ଧରୁ ୪୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୪ ଜଣ,ଦେଓଗଡରୁ ୮ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୮୯ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୫ ଜଣଙ୍କର ମୃତ୍ୟୁ ହେବା ପରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୭ରେ ପହଞ୍ଚିଛି। ଆଜି ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡ଼ାରୁ ୨, ବୌଦ, ଜଗତ୍‍ସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Also Read: Odisha Covid19: ଆଜି ୩୩୨୬ ଜଣ କରୋନା ପଜିଟିଭ ଚିହ୍ନଟ

Share this: