ଶୌଚାଳୟର ଦାମ ୧୭୪ କୋଟି ଟଙ୍କା!

Share this:

ମୁମ୍ବାଇ (ମହିମା ଲାଇଭ ବ୍ୟୁରୋ): ଗତ ଶୁକ୍ରବାର ରାତି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ISS) ନାସା (National Aeronautical and Space Administration -NASA) କେନ୍ଦ୍ରରୁ ଏକ ରକେଟ୍ ୩୬୨୮ କିଲୋଗ୍ରାମର ଜିନିଷ ସାଥିରେ ନେଇଯାଇଛି।

ନାସାର କେନ୍ଦ୍ରରୁ ଏହି ସାଇଗ୍ନସ୍ (Cygnus) କାର୍ଗୋ  ସ୍ପେସକ୍ରାଫ୍ଟ ସହିତ ଯାଉଥିବା ଆଇଟମ୍ ମଧ୍ୟରୁ ଗୋଟିଏ ହେଉଛି ଏକ ସ୍ପେସ୍ ଟଏଲେଟ୍ (Space Toilets), ଯାହା ପୂର୍ବରୁ ୟୁନିଭର୍ସାଲ୍ ଆବର୍ଜନା ପରିଚାଳନା ସିଷ୍ଟମ୍ କୁହାଯାଉଥିଲା। ୧୭୪ କୋଟି ଟଙ୍କାର ବଜେଟ୍ ସହିତ ଶୌଚାଳୟଟି  ଏପରି ପରିକଳ୍ପନା କରାଯାଇଛି, ଯାହା ଦ୍ଵାରା ମହିଳାମାନେ ସ୍ପେସରେ ଆରାମ ପାଇପାରିବେ। ଯଦି ଏହି ବ୍ୟବସ୍ଥା ସଫଳ ହୁଏ, ତେବେ ମହାକାଶରେ ମହିଳାମାନଙ୍କ ପାଇଁ ସ୍ଥାନକୁ ଅଧିକ ଆରାମଦାୟକ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ।

ସୂଚନାଯୋଗ୍ୟ ପୂର୍ବରୁ ଶୌଚାଳୟ ଅଭାବ ମହିଳାମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶକୁ ଯିବା କଷ୍ଟକର କରିଥିଲା। ଏହି ସ୍ୱତନ୍ତ୍ର ଶୌଚାଳୟକୁ ତିଆରି କରିବାକୁ ଦୀର୍ଘ ୬ ବର୍ଷ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନେ ମହାକାଶକୁ ଯିବା ଏକ ବଡ ଆହ୍ଵାନ ଥିଲା ଯେ ସେମାନଙ୍କ ଅନୁଯାୟୀ ଶୌଚାଳୟ ନାହିଁ, କିନ୍ତୁ ଦିନକୁ ଦିନ ମହିଳା ମହାକାଶଚାରୀଙ୍କ ସଂଖ୍ୟା ବଢିବା  ସହିତ ଏହି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଶେଷରେ ପୂରଣ ହେବାକୁ ଯାଉଛି।

ଏପର୍ଯ୍ୟନ୍ତ ମହାକାଶରେ ବ୍ୟବହୃତ ମାଇକ୍ରୋଗ୍ରାଭିଟି ଶୌଚାଳୟଗୁଡିକ ପୁରୁଷ ମହାକାଶଚାରୀଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଥିଲା, କିନ୍ତୁ ମହିଳା ମହାକାଶଚାରୀଙ୍କ ସଂଖ୍ୟା ବଢିବା ସହିତ ଏକ ନିର୍ଦ୍ଦିଷ୍ଟ ଶୌଚାଳୟର ଆବଶ୍ୟକତା ଅନୁଭବ ହେଲା।

Also Read: Kalpana Chawla: ମହାକାଶକୁ ନାସା କେନ୍ଦ୍ରରୁ ‘କଳ୍ପନାଚାୱଲା’ର ଉଡ଼ାଣ,ଖୋଜିବ ମାନବ ଜୀବନ ସହ ଜଡିତ ଉତ୍ତର

Share this:

Leave a Reply

Your email address will not be published. Required fields are marked *