Odisha Weather Report: ଆସନ୍ତା ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ବଢିପାରେ ପବନର ବେଗ

Share this:

ବଡଖବର:

  • ସାରା ଓଡ଼ିଶାରେ ପ୍ରବଳ ବର୍ଷା।
  • ପବନର ବେଗ ୪୦ ରୁ ୫୦ କିମି ହୋଇପାରେ
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ

ଭୂବନେଶ୍ଵର: Odisha Weather Report. Heavy rains all over Odisha ଆସନ୍ତା ରବିବାରଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା (Heavy rains)। କାରଣ ସୃଷ୍ଟି ହୋଇଥିବା ନିମ୍ନଚାପରେଖାର ପ୍ରଭାବରେ ଉତ୍ତର-ପଶ୍ଚିମ ତତ୍‍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ରବିବାର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା,କଳାହାଣ୍ଡି, ନୂଆପଡ଼ା, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ପୁରୀ, ଖୋର୍ଦ୍ଧା, ନୟାଗଡ଼ା, ବୌଦ୍ଧ, ସୋନପୁର, ଜଗତସିଂହପୁର, କଟକ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଆଦି ୨୦ ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ବର୍ଷାର ହେବାର ସମ୍ଭାବନା ରହିଛି।

ଏଥିସହିତ ସମ୍ଭାବ୍ୟ ଭାରି ବର୍ଷା ଓ ମେଘୁଆ ପାଗ ହେତୁ ଧାନ ରେ ଲେଡା ପୋକ, ପତ୍ର ମୋଡା ପୋକ, କାଣ୍ଡ ବିନ୍ଦା ପୋକ, ପତ୍ରଛାଦ ଶଢା ରୋଗ, ପଚା ରୋଗ, ମହିଷା ରୋଗ ଓ ପନିପରିବା ରେ ଝାଉଁଲା ଓ ପତ୍ର ପୋଡା ଓ ଶଢା ରୋଗ ଲାଗିବାର ସମ୍ଭାବନା ଅଧିକ ତେଣୁ ଶୁଷ୍କ ପାଗ ଦେଖି ପ୍ରତିକାର ଗ୍ରହଣ କରିବାକୁ ଚାଷୀ ଭାଇ ମାନଙ୍କୁ ସୂଚନା ଜାରି କରାଯାଇଛି।

Read Also | Covid Cases in Odisha: ଓଡ଼ିଶାରୁ ପୁଣି ଆଜି ୮୩୬ ଜଣ କୋଭିଡ ପଜିଟିଭ ଚିହ୍ନଟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *