Help Lines: ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

Share this:

ଭୁବନେଶ୍ଵର: ରାଜ୍ୟରେ ପୁଲିସ୍‍ (Police) ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨ରଖାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଅନୁମୋଦନ କରିଛନ୍ତି।

ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍‍ ବିଭାଗରେ ୧୦୯୮କୁ ମଧ୍ୟ ଅନୁମୋଦନ କରିଛନ୍ତି। ପୁଲିସ୍‍, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ଜରୁରୀ ସେବାପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪,୧୦୮, ୧୮୧ ଓ ୧୦୯୮କୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ରେ ପରିଣତ କରାଯାଇଛି।

Also Read |Corona Vaccine: ସମଗ୍ର ଦେଶ ପାଇଁ କରୋନା ଟୀକାକରଣ ଆବଶ୍ୟକ ନାହିଁ: ICMR

Share this: