SBI ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମିନିମମ ବାଲାନ୍ସ ଏବଂ ଏସଏମଏସ ପାଇଁ ଆଉଦେବାକୁ ପଡିବନି ଚାର୍ଜ

Share this:

ନୂଆଦିଲ୍ଲୀ:ଏସବିଆଇ ସେଭିଂ ଆକାଉଣ୍ଟ ଧାରୀକପାଇଁ ଖୁସି ଖବର।   ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଗ୍ରାହକଙ୍କୁ ଏକ ବଡ ଉପହାର ଦେଇଛି। SBI ଆଉ ମାସିକ ସର୍ବନିମ୍ନ ବାଲାନ୍ସ ଚାର୍ଜ ଏବଂ ସେଭିଂ ଆକାଉଣ୍ଟ ଥିବା ଗ୍ରାହକଙ୍କ ଠାରୁ SMS ଚାର୍ଜ ଆଦାୟ ଆଉ କରିବା ନହିଁ। ବ୍ୟାଙ୍କ ବର୍ତ୍ତମାନ ଏହି ଫି ଛାଡ କରିଛି। ଏସବିଆଇ ଟ୍ୱିଟ କରି କହିଛି। ଏସବିଆଇର ୪୪ କୋଟିରୁ ଅଧିକ ସେଭିଂ ଆକାଉଣ୍ଟଧାରୀ ଏହି ସୁବିଧା ପାଇବେ।

ସୂଚନାଯୋଗ୍ୟ ପୂର୍ବରୁ ମେଟ୍ରୋ ସହରଗୁଡ଼ିକରେ ସେଭିଂ ଆକାଉଣ୍ଟ ଧାରୀମାନଙ୍କୁ ସର୍ବନିମ୍ନ ତିନିହଜାର,ସହରାଞ୍ଚଳରେ ୨ ହଜାର  ଏବଂ ଗ୍ରାମା ଞ୍ଚଳରେ ହଜାରେ ଟଙ୍କା ଆକାଉଣ୍ଟରେ  ରଖିବାକୁ ପଡୁଥିଲା।

ଜୁଲାଇ ୧ରୁ ଏସବିଆଇ ଏହାର ଏଟିଏମ୍ ବ୍ୟବହାର  ନିୟମକୁ ପରିବର୍ତ୍ତନ କରିଛି। ଯଦି ଏହି ନିୟମ ପାଳନ ନହୁଏ ତେବେ ଗ୍ରାହକଙ୍କୁ ଜରିମାନା କରାଯିବ। SBI ର ଅଫିସିଆଲ୍ ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମେଟ୍ରୋ ସହରରେ ନିୟମିତ ସେଭିଂ ଆକାଉଣ୍ଟଧାରୀଙ୍କୁ ଏଟିଏମରୁ ଏକ ମାସରେ ୮ ଥର ମାଗଣା କାରବାର କରିବାକୁ SBI ଅନୁମତି ଦେଇଥାଏ।  ଏହା ପରେ ଗ୍ରାହକମାନଙ୍କୁ ପ୍ରତ୍ୟେକ କାରବାର ଉପରେ ୧୦ଟଙ୍କା ସହିତ GST ​​ରୁ ଆରମ୍ଭ କରି  ୨୦ ଟଙ୍କା ସହିତ  GST ​​ ଅତିରିକ୍ତ ଚାର୍ଜ ଆଦାୟ କରିବା।  

Share this: