Odisha Covid19: ଆଜି ରାଜ୍ୟରେ ଆଉ ୨୮୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୮୫୦ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୮୫  କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୬୩ ଜଣ ସୁସ୍ଥ କଟକରୁ ୧୮୪ ଜଣ, ଅନୁଗୋଳରୁ ୧୩୮ ଜଣ, ବରଗଡ଼ରୁ ୯୮ ଜଣ, ଯାଜପୁରରୁ ୮୭ ଜଣ, ମୟୁରଭଞ୍ଜରୁ ୮୨ ଜଣ, ଭଦ୍ରକରୁ ୩୧ ଜଣ, ବାଲେଶ୍ଵରରୁ ୬୯ ଜଣ, ଢେଙ୍କାନାଳରୁ ୬୬ ଜଣ, ପୁରୀରୁ ୧୪୭ ଜଣ, ଜଗତସିଂପୁରରୁ ୮୦ ଜଣ, ରାୟଗଡାରୁ ୨୭ ଜଣ, ଗଞ୍ଜାମରୁ ୩୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୩୭ ଜଣ, ନୟାଗଡ ୩୭ ଜଣ, ସୋନପୁରରୁ ୮୦ ଜଣ, ବଲାଙ୍ଗୀରରୁ ୭୨ ଜଣ, ସୁନ୍ଦରଗଡରୁ ୮୫ ଜଣ, ଝାରସୁଗୁଡାରୁ ୭୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୯ ଜଣ, କେନ୍ଦ୍ରାପଡା ୧୩୩ ଜଣ, କୋରାପୁଟରୁ ୨୬ ଜଣ, କେଉଁଝରରୁ ୫୫ ଜଣ, କନ୍ଧମାଳରୁ ୪୮ ଜଣ, ନୂଆପଡ଼ାରୁ ୪୧ ଜଣ, କଳାହାଣ୍ଡିରୁ ୬୩ ଜଣ, ବୌଦ୍ଧରୁ ୪୧ ଜଣ, ମାଲକାନଗିରି ଜିଲ୍ଲାରୁ ୪୨ ଜଣ, ଦେଓଗଡରୁ ୧୫, ଗଜପତିରୁ ୩ ଜଣ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୦୩ ଜଣ ସୁସ୍ଥ ହୋଇଛନ୍ତି।

Also Read | Covid19 କୁ ନେଇ ଆଗାମୀ ପାର୍ବଣ ଓ ଶୀତଋତୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାବଳୀ

Share this: