ଅନୁଗୋଳରେ ରେକର୍ଡ ସଂଖ୍ୟକ ୧୧୬ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୩୦

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ ୧୧୬ ଜଣ କରୋନା(Covid-19) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମୋଟ ପଜିଟିଭ ସଂଖ୍ୟା ୧୧୩୦ ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକରୁ ୨୯ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ସେହିପରି ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୮ ଜଣଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ତାଳଚେର ପୌରାଞ୍ଚଳ ରୁ ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି।

Also Read: ଓଡ଼ିଶାରେ ପୁଣି ୩୨୬୭ କରୋନା ପଜିଟିଭ ଚିହ୍ନଟ,କେବଳ ଖୋର୍ଦ୍ଧାରୁ ୮୫୯ଚିହ୍ନଟ

ସେହିପରି ଅନୁଗୋଳ ପୌରାଞ୍ଚଳରୁ  ୭ ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୭ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ଜଣ ମହିଳା ଅଛନ୍ତି। କିଶୋରନଗର ବ୍ଲକ ଅଞ୍ଚଳରୁ ୭ ଜଣ ଚିହ୍ନଟଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ପାଲଲହଡ଼ା ବ୍ଲକ ଅଞ୍ଚଳରୁ ୩ ଜଣ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Also Read:

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧୀ ପରିଯୋଜନା ମାଧ୍ୟମରେ ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଉତ୍ପାଦର ବିକ୍ରି ଶୁଭାରମ୍ଭ

ଭାରତରେ ପ୍ରତି ଏକ ମିନିଟ୍ ରେ ୫୮ ଜଣ ହେଉଛନ୍ତି କରୋନାରେ ଆକ୍ରାନ୍ତ

Share this: