Odisha Covid Updates: ଓଡ଼ିଶାରେ ଆଜି ୧୯୪୮ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୯୪୮ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୨୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୮୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୫ଜଣ, ବାଲେଶ୍ଵରରୁ ୯୮ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୫୯ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦ୍ଧରୁ ୪ଜଣ, କଟକରୁ ୨୭୯ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂପୁରରୁ ୧୧୩ଜଣ, ଯାଜପୁରରୁ ୧୧୫ଜଣ, ଝାରସୁଗୁଡାରୁ ୬ଜଣ, କଳାହାଣ୍ଡିରୁ ୪ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୧୧୨ଜଣ, କେଉଁଝରରୁ ୨୧ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୨୪ଜଣ, ମୟୁରଭଞ୍ଜରୁ ୬୬ଜଣ, ନବରଙ୍ଗପୁରରୁ ୯ଜଣ, ନୟାଗଡ଼ରୁ ୮୮ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୮୩ଜଣ, ରାୟଗଡାରୁ ୧୮ଜଣ, ସମ୍ବଲପୁରରୁ ୨୫ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡରୁ ୪୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୩ ଲକ୍ଷ ୫୭ ହଜାର ୭୭୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬୧ ହଜାର ୯୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ହଜାର ୯୪୩ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୬ ହଜାର ୯୫୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ହଜାର ୬୨୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Also Read | DRDO: ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଆକାଶ ଏନ୍‌ଜିର ସଫଳ ପରୀକ୍ଷଣ

Share this: