DRDO: ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଆକାଶ ଏନ୍‌ଜିର ସଫଳ ପରୀକ୍ଷଣ

Share this:

ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଜି ସ୍ଵଦେଶୀ ବିକଶିତ, ସ୍ୱଳ୍ପ ଓଜନ, ଅଗ୍ନି ଫରଗେଟ ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ (MPATGM) ସଫଳତାର ସହ ପରୀକ୍ଷଣ କରିଛି। ଯାହାକି ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ସେନାକୁ ମଜବୁତ କରିବା ଦିଗରେ ଏହା DRDO ର ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହି ଅବସରରେ DRDO ରୁ କୁହାଯାଇଛି ଯେ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି।

ସୂଚନା ଦେଇ DRDO କହିଛି ଯେ ଏହି କ୍ଷେପଣାସ୍ତ୍ର ସିଧାସଳଖ ଆକ୍ରମଣ ମୋଡରେ ଟାର୍ଗେଟକୁ ଧକ୍କା ଦେଇଛି ଏବଂ ଏହାକୁ ସଠିକ୍ ଭାବରେ ନଷ୍ଟ କରିଛି। ଏହା ସହିତ ସର୍ବନିମ୍ନ ପରିସରରେ ପରୀକ୍ଷା ସଫଳତାର ସହିତ ଶେଷ ହୋଇଛି। ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ ୩ ନମ୍ବର ଲଞ୍ଚପ୍ୟାଡରୁ ଅପରାହ୍ନ ସାଢ଼େ ୧୨ରୁ ୧ଟା ମଧ୍ୟରେ ହୋଇଛି। ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରୁଥିବା ଆକାଶ (Akash) ର ଲକ୍ଷ୍ୟଭେଦୀ କ୍ଷମତା ୪୦ କିମି ଏବଂ ୬୦ କେଜି ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି।

Also Read | Pegasus କଣ? ଭାରତରେ କାହା କାହା ଫୋନ୍ ହୋଇଥିଲା ହ୍ୟାକ୍

Share this: