Modi Government Cabinet: ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ଵର ଟୁଡୁଙ୍କ ସମେତ ୪୩ ଜଣ କେନ୍ଦ୍ରମନ୍ତ୍ରୀ ଭାବେ ନେଲେ ଶପଥ

Share this:

ନୂଆଦିଲ୍ଲୀ: ଆଜି ମୋଦୀ ସରକାର (Modi Government) ଙ୍କ କେନ୍ଦ୍ରମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ବୁଧବାର ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ୧୫ ଜଣଙ୍କୁ କ୍ୟାବିନେଟ୍ (Cabinet) ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (Ministers of State) ପଦ ମିଳିଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi), ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଓ ରାଜନେତା ଉପସ୍ଥିତ ଥିଲେ।

ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଲୋକସଭା ସାଂସଦ ବିଶେଶ୍ଵର ଟୁଡୁ। ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚତ ହୋଇଥିଲେ। ଉଭୟ ବିଜେପି ଓ ବିଜେଡିର ମିଳିତ ସମର୍ଥନରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Cabinet Ministers :

  • Narayan Tatu Rane
  • Sarbananda Sonowal
  • Dr. Virendra Kumar
  • Jyotiraditya M Scindia
  • Ramchandra Prasad Singh
  • Ashwini Vaishnaw
  • Pashu Pati Kumar Paras
  • Kiren Rijiju
  • Raj Kumar Singh
  • Hardeep Singh Puri
  • Mansukh Mandaviya
  • Bhupender Yadav
  • Parshottam Rupala
  • G. Kishan Reddy
  • Anurag Singh Thakur

Ministers of State :

  • Pankaj Choudhary
  • Anupriya Singh Patel
  • Dr. Satya Pal Singh Baghel
  • Rajeev Chandrasekhar
  • Shobha Karandlaje
  • Bhanu Pratap Singh Verma
  • Darshana Vikram Jardosh
  • Meenakshi Lekhi
  • Annpurna Devi
  • A. Narayanaswamy
  • Kaushal Kishore
  • Ajay Bhatt
  • B. L. Verma
  • Ajay Kumar
  • Chauhan Devusinh
  • Bhagwanth Khuba
  • Kapil Moreshwar Patil
  • Sushri Pratima Bhoumik
  • Dr. Subhas Sarkar
  • Dr. Bhagwat Kishanrao Karad
  • Dr. Rajkumar Ranjan Singh
  • Dr. Bharati Pravin Pawar
  • Bishweswar Tudu
  • Shantanu Thakur
  • Dr. Munjapara Mahendrabhai
  • John Barla
  • Dr. L. Murugan
  • Nisith Pramanik

ସେହିପରି ମନ୍ତ୍ରୀମଣ୍ଡଳରୁ ବିଦାୟ ନେଇଛନ୍ତି ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା, ଶ୍ରୀ ରବି ଶଙ୍କର ପ୍ରସାଦ, ଶ୍ରୀ ଥାୱରଚନ୍ଦ ଗେହଲଟ, ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, ଡ. ହର୍ଷ ବର୍ଦ୍ଧନ, ଶ୍ରୀ ପ୍ରକାଶ ଜାଭଡ଼େକର, ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର, ଶ୍ରୀ ବାବୁଲ ସୁପ୍ରିୟୋ, ଶ୍ରୀ ଧୋତ୍ରେ ସଞ୍ଜୟ ଶାମରାଓ, ଶ୍ରୀ ରତନ ଲାଲ କଟାରିଆ, ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସୁଶ୍ରୀ ଦେବାଶ୍ରୀ ଚୌଧୁରୀ।

Also Read | ପୁଣି ହୋଇପାରେ shutdown-lockdown!କଟକଣା ଟିକେ କୋହଳ ନହେଉଣୁ ଲୋକେ ବାହାରେ ବୁଲିବା ଆରମ୍ଭ କଲେଣି: କେନ୍ଦ୍ରସରକାର

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *