Odisha Covid19: ଆଜି ରାଜ୍ୟରେ ଆଉ ୩୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୮ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୩ ହଜାର ୪୫୫ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୧୩  ହଜାର ୬୭୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୭୧ ଜଣ ସୁସ୍ଥ କଟକରୁ ୨୯୨ ଜଣ, ଅନୁଗୋଳରୁ ୧୭୫ ଜଣ, ବରଗଡ଼ରୁ ୧୩୩ ଜଣ, ଯାଜପୁରରୁ ୧୬୬ ଜଣ, ମୟୁରଭଞ୍ଜରୁ ୧୨୬ ଜଣ, ଭଦ୍ରକରୁ ୫୬ ଜଣ, ବାଲେଶ୍ଵରରୁ ୧୨୦ ଜଣ, ଢେଙ୍କାନାଳରୁ ୬୧ ଜଣ, ପୁରୀରୁ ୨୫୪ ଜଣ, ଜଗତସିଂପୁରରୁ ୮୪ ଜଣ, ରାୟଗଡାରୁ ୪୧ ଜଣ, ଗଞ୍ଜାମରୁ ୩୪ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୬ ଜଣ, ନୟାଗଡ ୭୦ ଜଣ, ସୋନପୁରରୁ ୫୬  ଜଣ, ବଲାଙ୍ଗୀରରୁ ୧୦୪ ଜଣ, ସୁନ୍ଦରଗଡରୁ ୫୪ ଜଣ, ଝାରସୁଗୁଡାରୁ ୮୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୧ ଜଣ, କେନ୍ଦ୍ରାପଡା ୯୯ ଜଣ, କୋରାପୁଟରୁ ୩୫, କେଉଁଝରରୁ ୧୦୧ ଜଣ, କନ୍ଧମାଳରୁ ୬୧ ଜଣ, ନୂଆପଡ଼ାରୁ ୭୨ ଜଣ, କଳାହାଣ୍ଡିରୁ ୪୧ ଜଣ, ଗଜପତିରୁ ୩୩ ଜଣ, ବୌଦ୍ଧରୁ ୩୧ ଜଣ, ମାଲକାନଗିରି ଜିଲ୍ଲାରୁ ୫୮ ଜଣ, ଦେଓଗଡରୁ ୧୩ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୪୩ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ଆଉ ୧୮ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡ଼, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବୌଦ, ଦେବଗଡ଼, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Also Read |Shaheen Bagh: ସୁପ୍ରିମକୋର୍ଟଙ୍କ ବଡ ରାୟ, ବିରୋଧ ପ୍ରଦର୍ଶନ ନାଁରେ କୌଣସି ସ୍ଥାନକୁ ଶାହିନ୍ ବାଗ ହେବାକୁ ଦିଆଯିବ ନାହିଁ

Share this: