Corona:ରାଜ୍ୟରୁ ଆଜି ପୁଣି ୮ ହଜାର ୩୧୩ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୮ ହଜାର ୩୧୩ ଜଣ କରୋନା ସଂକ୍ରମିତ (Corona Virus) ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୬୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୫୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୯୩୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୦୫ଜଣ, ବାଲେଶ୍ଵରରୁ ୪୫୨ଜଣ, ବରଗଡ଼ରୁ ୨୭୯ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରିରୁ ୧୧୯ଜଣ, ବୌଦ୍ଧରୁ ୨୦୯ଜଣ, କଟକରୁ ୫୯୩ଜଣ, ଦେଓଗଡ଼ରୁ ୫୫ଜଣ, ଢେଙ୍କାନାଳରୁ ୪୦୭ଜଣ, ଗଜପତିରୁ ୮୫ଜଣ, ଗଞ୍ଜାମରୁ ୧୨୯ଜଣ, ଜଗତସିଂପୁରରୁ ୨୮୦ଜଣ, ଯାଜପୁରରୁ ୩୫୪ଜଣ, ଝାରସୁଗୁଡାରୁ ୧୧୧ଜଣ, କଳାହାଣ୍ଡିରୁ ୧୬୨ଜଣ, କନ୍ଧମାଳରୁ ୯୦ଜଣ, କେଉଁଝରରୁ ୧୮୦ଜଣ, କୋରାପୁଟରୁ ୧୯୮ଜଣ, କେନ୍ଦ୍ରାପଡ଼ାରୁ ୩୩୧ଜଣ, ମୟୁରଭଞ୍ଜରୁ ୫୩୨ଜଣ, ମାଲକାନଗିରିରୁ ୧୦୩ଜଣ, ନବରଙ୍ଗପୁରରୁ ୨୦୫ଜଣ, ନୟାଗଡ଼ରୁ ୨୮୩ଜଣ, ନୂଆପଡ଼ାରୁ ୫୩ଜଣ, ପୁରୀରୁ ୪୦୫ଜଣ, ରାୟଗଡାରୁ ୧୪୮ଜଣ, ସମ୍ବଲପୁରରୁ ୨୦୪ଜଣ, ସୋନପୁରରୁ ୧୨୩ଜଣ, ସୁନ୍ଦରଗଡରୁ ୪୬୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୬୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୭ଲକ୍ଷ ୭୩ ହଜାର ୭୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୬୪ ହଜାର ୯୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୮୮୧ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧ ହଜାର ୬୬୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଆଜି ଅନୁଗୁଳ ଜିଲ୍ଲାରୁ ୪୯୭ଜଣ corona ପଜିଟିଭ ଚିହ୍ନଟ

AC_without-Bank_1242x450._CB659868804_SY500_
Share this: