Covid-19: ରାଜ୍ୟରୁ ଆଜି କରୋନାରେ ୩୫ ଜଣଙ୍କ ମୃତ୍ୟୁ,ପୁଣି ଅନୁଗୁଳରୁ ସର୍ବାଧିକ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ଜନିତ ମୃତ୍ୟୁ ସଂଖ୍ୟା କମିବାର ନା ନେଉନି। ଗତକାଲି ୩୩ ଜଣଙ୍କ ମୃତ୍ୟୁ ଘଟି ଥିଲା। ପୁଣି ଆଜି ଆଉ ୩୫ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସେମାନଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫ ଜଣ ରହିଥିବାବେଳେ, ଖୋର୍ଦ୍ଧା, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ନବରଙ୍ଗପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।  ଦେବଗଡ଼, ଗଜପତି, ଗଞ୍ଜାମ,ଝାରସୁଗୁଡା  ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ନୂଆପଡ଼ା ଓ ନୟାଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୭୫୪ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ ଆଉ ୧୧ ହଜାର ୮୮୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ଏଥି ମଧ୍ୟରୁ ୯୧ ହଜାର ୬୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬ ଲକ୍ଷ ୭୦ ହଜାର ୫୨୭ଜଣ ସୁସ୍ଥ ହୋଇଛନ୍ତି।

Also Read | Odisha Lock Down:ରାଜ୍ୟରେ ବଢିଲା ଲକଡାଉନ୍, ତିନି ଜିଲ୍ଲାକୁ କୋହଳ

Share this: