Odisha Covid19: ଆଜି ରାଜ୍ୟରେ ୨୦୧୦ ଜଣ କରୋନାରୁ ମୁକ୍ତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୧୦ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୬୯ଜଣ, କଟକରୁ ୧୬୪ଜଣ, ଅନୁଗୋଳରୁ ୭୩ଜଣ, ବରଗଡ଼ରୁ ୭୯ ଜଣ, ଯାଜପୁରରୁ ୭୫ ଜଣ, ମୟୁରଭଞ୍ଜରୁ ୧୦୩ ଜଣ, ଭଦ୍ରକରୁ ୪୦ଜଣ, ବାଲେଶ୍ଵରରୁ ୭୨ଜଣ, ଢେଙ୍କାନାଳରୁ ୩୮ଜଣ, ପୁରୀରୁ ୪୭ଜଣ, ଜଗତସିଂପୁରରୁ ୬୭ଜଣ, ରାୟଗଡାରୁ ୭ ଜଣ, ଗଞ୍ଜାମରୁ ୨୨ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୫୩ଜଣ, ନୟାଗଡରୁ ୬୩ଜଣ, ସୋନପୁରରୁ ୯୯ଜଣ, ବଲାଙ୍ଗୀରରୁ ୮୬ଜଣ, ସୁନ୍ଦରଗଡରୁ ୧୦୨ଜଣ, ଝାରସୁଗୁଡାରୁ ୪୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୩ ଜଣ, କେନ୍ଦ୍ରାପଡା ୬୧ଜଣ, କୋରାପୁଟରୁ ୩୦ଜଣ, କେଉଁଝରରୁ ୮୯ଜଣ, କନ୍ଧମାଳରୁ ୨୭ଜଣ, ନୂଆପଡ଼ାରୁ ୪୩ଜଣ, କଳାହାଣ୍ଡିରୁ ୬୫ଜଣ, ବୌଦ୍ଧରୁ ୧୮ଜଣ, ମାଲକାନଗିରି ଜିଲ୍ଲାରୁ ୨୯ଜଣ, ଦେଓଗଡରୁ ୧୫ଜଣ, ଏବଂ ଷ୍ଟେଟ୍ ପୁଲରୁ ୫୫ ଜଣ ସୁସ୍ଥ ହୋଇଛନ୍ତି।

Also Read | India Energy Forum: ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବ: ପ୍ରଧାନମନ୍ତ୍ରୀ

Also Read|Odisha Covid19: ଖୁସି ଖବର ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମୁଛି; ଆଜି ୧୨୪୭ ଚିହ୍ନଟ

Share this: