India Energy Forum: ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବ: ପ୍ରଧାନମନ୍ତ୍ରୀ

Share this:

ନୂଆଦିଲ୍ଲୀ: ଭାରତକୁ ସ୍ୱଚ୍ଛ ଇନ୍ଧନ ନିବେଶ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ଆକର୍ଷଣୀୟ ତଥା ଉଦିୟମାନ ବଜାରରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) କହିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଗତକାଲି ଚତୁର୍ଥ ଇଣ୍ଡିଆ ଏନର୍ଜୀ ଫୋରମ୍‍ (India Energy Forum) କୁ ଉଦ୍‍ଘାଟନ କରିବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି।

ସେ କହିଛନ୍ତି, ଆସନ୍ତା ୨୦୨୨ ସୁଦ୍ଧା ଅକ୍ଷୟଶକ୍ତି ସଂଯୋଗକୁ ୧୭୫ ଜିଗାୱାଟ୍‍ ଏବଂ ୨୦୩୦ ସୁଦ୍ଧା ୪୫୦ ଜିଗାୱାଟ୍‍କୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱରେ ଭାରତ ସବୁଠୁ କମ୍‍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ରାଷ୍ଟ୍ର ହୋଇଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ବିରୋଧରେ ଦେଶ ସର୍ବଦା ନିରନ୍ତର ପ୍ରୟାସ ଜାରି ରଖିଛି। ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବାର ନିକଟବର୍ତ୍ତୀ ହୋଇଛି।

ଏହି ଅବସରରେ ଦେଶରେ ଇନ୍ଧନ ଯୋଜନାର ସ୍ଥାୟୀ ବିକାଶ ତଥା ଏ କ୍ଷେତ୍ରରେ ସରକାରଙ୍କର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଅବିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ର। ଶ୍ରୀ ମୋଦୀ କହିଛନ୍ତି, ଇନ୍ଧନ କ୍ଷେତ୍ରର ଅବିବୃଦ୍ଧି, ଉଦ୍ୟୋଗ ଅନୁକୂଳ ଏବଂ ପରିବେଶ ସଚେତନ ଦୃଷ୍ଟିରୁ ଅକ୍ଷୟ ଶକ୍ତିରେ ଭାରତ ବିଶ୍ୱର ସକ୍ରିୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସଂସ୍କାର ଯାତ୍ରା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଇନ୍ଧନ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ହାତକୁ ନିଆଯାଇଛି। ଫେବୃୟାରୀ ୨୦୧୯ରେ ରାଜସ୍ୱ ପରିବର୍ତ୍ତେ ଉତ୍ପାଦନ ଉତ୍ପାଦନ ବୃଦ୍ଧି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଅଧିକ ପାରଦର୍ଶିତା ଏବଂ ବ୍ୟବସ୍ଥିତ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆମେ ଆମର ବିଶୋଧନ କ୍ଷମତାକୁ ବାର୍ଷିକ ୨୫୦ ରୁ ୪୦୦ ନିୟୂତ ମେଟ୍ରିକ ଟନକୁ ବଢ଼ାଇବା ଲାଗି ଆମେ ଯୋଜନା କରିଛୁ। ଘରୋଇ ଗ୍ୟାସ ଉତ୍ପାଦନକୁ ବଢ଼ାଇବା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ସୂର୍ଯ୍ୟଙ୍କ ରଥକୁ ସାତଟି ଘୋଡ଼ା ଟାଣିବା ଭଳି ଭାରତର ଇନ୍ଧନ ପରିଦୃଶ୍ୟ ସାତଟି ପ୍ରମୁଖ ବାହକକୁ ନେଇ ଆଗେଇ ଯିବ।

  • ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଆଗେଇ ଯିବା ନିମନ୍ତେ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବା।
  • ବିଶେଷ କରି ପେଟ୍ରୋଲିୟମ ଓ କୋଇଲା ଭଳି ଜୀବାଶ୍ମ ଇନ୍ଧନର ସ୍ୱଚ୍ଛ ବ୍ୟବହାର।
  • ଜୈବ ଇନ୍ଧନକୁ ଆଗେଇ ନବୋ ଲାଗି ଘରୋଇ ଉତ୍ସ ଉପରେ ଅଧିକ ନିର୍ଭର କରିବା।
  • ୨୦୩୦ ସୁଦ୍ଧା ୪୫୦ ଜିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା।
  • ପରିବହନକୁ ଅଙ୍ଗାରକାମ୍ଳ ମୁକ୍ତ କରିବା ଲାଗି ବିଦ୍ୟୁତ ଶକ୍ତିର ଯୋଗାଦାନକୁ ବୃଦ୍ଧି କରିବା
  • ହାଇଡ୍ରୋଜେନ ସମେତ ଉଦୀୟମାନ ଇନ୍ଧନ ପ୍ରତି ନିର୍ଭରଶୀଳ ହେବା।
  • ସମସ୍ତ ଇନ୍ଧନ ବ୍ୟବସ୍ଥାରେ ଡିଜିଟାଲ ନବୋନ୍ମେଷ (Digital innovation )

Also Read | Covid-19 Vaccine: ଖୁବ ଶୀଘ୍ର Covaxin ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭୁବନେଶ୍ୱରରେ

Share this:

2 thoughts on “India Energy Forum: ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବ: ପ୍ରଧାନମନ୍ତ୍ରୀ

Leave a Reply

Your email address will not be published. Required fields are marked *