Covid19 Angul: ଅନୁଗୋଳ ଜିଲ୍ଲାରୁ ଆଜି ୮୮ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଅନୁଗୋଳ ଜିଲ୍ଲାରେ କମିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଜିଲ୍ଲାରୁ ମଙ୍ଗଳବାର ଦିନ ୮୮ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଞ୍ଚଳରୁ ୨୦ ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୮ଜଣ, ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ୧୭ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୨ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୬ଜଣ, ତାଳଚେର ପୌରାଞ୍ଚଳରୁ ୩ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୩ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ ଜଣ, କିଶୋରନଗର ବ୍ଳକ୍ ଅଞ୍ଚଳରୁ ୨ ଜଣ ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଅଛନ୍ତି।

ଆଜି ଚିହ୍ନଟ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସେହିପରି ଆଜି ଜିଲ୍ଲାରୁ ୧୪୬ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିତ ହସପିଟାଲରୁ, ୬ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୧୨୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା

Share this: