Odisha Weather Report:ରଜରେ ଆସିବ ମୌସୁମୀ ବାୟୁ

Share this:

ଭୁବନେଶ୍ଵର:ମୌସୁମୀ ସାଧାରଣତଃ ଜୁନ୍‍ ୧ରେ କେରଳ (Kerala) ଛୁଇଁଥାଏ। କିନ୍ତୁ ଏଥର ଦୁଇଦିନ ବିଳମ୍ବରେ ଅର୍ଥାତ୍‍ ଜୁନ୍‍ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (South –West Monsoon) କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତରେ ପହଞ୍ଚିବା ପାଇଁ ଅବସ୍ଥା ଅନୁକୂଳ ହୋଇପଡିଛି।

କେରଳରେ ମୌସୁମୀ ବାୟୁ ପହଞ୍ଚିବାର ୧୦ରୁ ୧୨ ଦିନ ମଧ୍ୟରେ ଅର୍ଥାତ୍‍ ରଜ ଆଡ଼କୁ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏବେ ରାଜ୍ୟରେ ତାପମାତ୍ରା ଅଧିକ ରହୁଥିବା ବେଳେ ଅପରାହ୍ଣ ଆଡ଼କୁ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ହେଉଥିବା ଦେଖିବାକୁ ମିଳୁଛି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏହିଭଳି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ  କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

[amazon_auto_links id=”9939″]

Also Read | Odisha Lock Down:ରାଜ୍ୟରେ ବଢିଲା ଲକଡାଉନ୍, ତିନି ଜିଲ୍ଲାକୁ କୋହଳ

Share this:

Leave a Reply

Your email address will not be published. Required fields are marked *