National Helpline Numbers ର ପ୍ରଚାର ପାଇଁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ

Share this:

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବରଗୁଡ଼ିକୁ (National Helpline Numbers) ପ୍ରଚାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting) ପକ୍ଷରୁ ସମସ୍ତ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ (All Privat News Channels) ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶେଷ କରି ପ୍ରାଇମ ଟାଇମ ସମୟରେ, ଟିକର୍ ମାଧ୍ୟମରେ କିମ୍ବା ଏପରି କୌଣସି ଉପଯୁକ୍ତ ମାର୍ଗରେ, ଏପରିକି ବିରତି ସମୟରେ ମଧ୍ୟ ଏହି ନମ୍ବରଗୁଡ଼ିକୁ ପ୍ରଦର୍ଶିତ କରିବା ନିମନ୍ତେ ମାର୍ଗଦର୍ଶିକାରେ କୁହାଯାଇଛି।

ରବିବାର ଦିନ ବେସରକାରୀ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡିକ COVID-19 ସଚେତନତା ପଦକ୍ଷେପର ଏକ ଅଂଶ ଭାବରେ ନାଗରିକଙ୍କ ସୁବିଧା ପାଇଁ ଚାରୋଟି ନୂତନ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ କରିବାକୁ କୁହାଯାଇଛି। ସମସ୍ତ ବେସରକାରୀ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ଚିଠିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ହେଲ୍ପଲାଇନ ନମ୍ବରଗୁଡିକ ଟିକର କିମ୍ବା ପର୍ଯ୍ୟାୟକ୍ରମେ ଅନ୍ୟ କୌଣସି ଉପଯୁକ୍ତ ଉପାୟରେ ଚାଲିବା ଉଚିତ।

ନମ୍ବର ଗୁଡିକ ହେଉଛି:

  • 1075: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ହେଲ୍ପଲାଇନ ନଂ
  • 1098: ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶିଶୁ ହେଲ୍ପଲାଇନ ନମ୍ବର
  • 14567: ବରିଷ୍ଠ ନାଗରିକମାନଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ହେଲ୍ପଲାଇନ (ଏନସିଟି ଦିଲ୍ଲୀ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ)
  • 08046110007: ମନୋବିଜ୍ଞାନ ପରାମର୍ଶ ପାଇଁ NIMHANS (National Institute of Mental Health and Neurosciences -NIMHANS) ର ହେଲ୍ପଲାଇନ ନମ୍ବର

ନାଗରିକମାନଙ୍କର ଲାଭ ପାଇଁ ଭାରତ ସରକାରଙ୍କ ଦ୍ବାରା ଏସବୁ ହେଲ୍ପଲାଇନ ନମ୍ବର ସୃଷ୍ଟି କରାଯାଇଛି ଓ ପ୍ରଚାର କରାଯାଉଛି। ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବିଗତ କିଛି ମାସ ଧରି, ସରକାରଙ୍କ ପକ୍ଷରୁ ତିନୋଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ-କୋଭିଡ ଚିକିତ୍ସା ପ୍ରୋଟୋକଲ, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ମୂଦ୍ରିତ (Print), ଟିଭି (TV), ରେଡିଓ (Radio), ସାମାଜିକ ଗଣମାଧ୍ୟମ (social media) ଆଦି ଗଣମାଧ୍ୟମ ମଞ୍ଚ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଉପରୋକ୍ତ ତିନୋଟି ପ୍ରସଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୂଚୀତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରୟାସରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ମାର୍ଗଦର୍ଶିକାରେ ସେମାନଙ୍କୁ ପ୍ରଶଂସା କରାଯାଇଛି। ଏହି ଉଦ୍ଦେଶ୍ୟ ଲାଗି ଆହୁରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଚାରିଟି ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର ସମ୍ପର୍କରେ ପ୍ରଚାର ଓ ସଚେତନତା କରିବା ଲାଗି ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Also Read | Mann Ki Baat:ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ କଡ଼ା ଜବାବ ଦିଆଯାଇ ପାରୁଛି:PM Modi

Share this:

Leave a Reply

Your email address will not be published. Required fields are marked *