Covid19 India: ଭାରତରେ କୋଭିଡ଼ ଆରୋଗ୍ୟ ହାର ୮୫ ପ୍ରତିଶତରୁ ଅଧିକ,ସଂକ୍ରମଣ କମୁଛି

Share this:

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): ଦେଶରେ କୋଭିଡ-୧୯ (Covid-19) ଆରୋଗ୍ୟ ହାର ଶତକଡା ୮୫ ଭାଗକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ଭିତରେ ୮୨ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୫୭ ଲକ୍ଷ ୪୪ ହଜାରକୁ ଟପିଯାଇଛି। ଏଥିସହିତ ଭାରତ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ସର୍ବୋଚ୍ଚ ସ୍ଥାନରେ ପହଁଚିଛି। ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ ସଂକ୍ରମଣର ଶତକଡା ୧୩.୧ଭାଗ ରହିଛି। ସେହଇପରି ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୭ ହଜାର ରହିଛି।ବର୍ତ୍ତମାନ ଦେଶରେ କୋଭିଡ୍‍ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ଶତକଡା ୧.୧ ଭାଗ ରହିଛି, ଯାହା ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେବହୁତ କମ୍‍।

ଗତ ୨୪ଘଣ୍ଟା ଭିତରେ ଆଉ ୭୨ହଜାର ୪୯ଜଣ ନୂଆ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ୬୭ ଲକ୍ଷକୁ ଅତିକ୍ରମ କରିଯାଇଛି। ମନ୍ତ୍ରଣାଳୟ କହିଛି କୋଭିଡର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଣକୌଶଳ ଠିକ୍‍ଭାବେ କାର୍ଯ୍ୟକାରୀ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି।

 ଏଥି ସହିତ ଗତ ୨୪ଘଣ୍ଟା ଭିତରେ ୯୮୬ ଜଣ ମୃତ୍ୟୁବରଣ କରିବାରୁ କୋଭିଡ ମୃତ୍ୟୁସଂଖ୍ୟା ୧ଲକ୍ଷ ୪ହଜାର ୫୫୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧୧ଲକ୍ଷ ୯୯ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ୮କୋଟି ୨୨ଲକ୍ଷ ନମୂନା ପରୀକ୍ଷା କରାଯାଇଛି।

Also Read |Shaheen Bagh: ସୁପ୍ରିମକୋର୍ଟଙ୍କ ବଡ ରାୟ, ବିରୋଧ ପ୍ରଦର୍ଶନ ନାଁରେ କୌଣସି ସ୍ଥାନକୁ ଶାହିନ୍ ବାଗ ହେବାକୁ ଦିଆଯିବ ନାହିଁ

Share this: