Bhubaneswar : ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ଦେଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ଵର: ଆଜି ଘଟିଥିବା ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ (Minister of Petroleum & Natural Gas) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Sri Dharmendra Pradhan) ବିଭାଗୀୟ ସଚିବଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି ଯେ, “ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଖବର ଜାଣିବା ପରେ ଘଟଣାର ତଦନ୍ତ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ  ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଲି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ୍ ଅଏଲ (Indian oil) ର ଅଧିକାରୀ ମାନଙ୍କ ସହ ଆଲୋଚନା କରି ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ଆରୋଗ୍ୟ ହୋଇ ଫେରିବେ ବୋଲି ଆଶା କରୁଛି।”

Also Read| Bhubaneswar Petrol Pump Fire: ଭୁବନେଶ୍ଵର ପେଟ୍ରୋଲ ପମ୍ପରେ ବୃହତ ଅଗ୍ନିକାଣ୍ଡ

Share this: