Nobel Prize 2020: ରସାୟନ ବିଜ୍ଞାନ ପାଇଁ ଇମାନୁଏଲ୍ ଚାର୍ପେଣ୍ଟିଅର୍ ଏବଂ ଜେନିଫର୍ ଏ ଡୁଡନାଙ୍କୁ ନୋବେଲ ପୁରସ୍କାର

Share this:

ରସାୟନ ବିଜ୍ଞାନ(Chemistry) ରେ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ବୁଧବାର ଘୋଷଣା କରାଯାଇଛି। ଫ୍ରାନ୍ସ (France) ର ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟିଅର୍ (Emmanuelle Charpentier)ଏବଂ ଆମେରିକୀୟ (American) ଜେନିଫର୍ ଏ ଡୁଡନା (Jennifer A. Doudna)ଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ୟାନେଲ୍ (Royal Swedish Academy of Sciences) ଏହି ପୁରସ୍କାର ଘୋଷଣା କରିଛି। ସେମାନଙ୍କର ଆବିଷ୍କାର ହେଉଛି, Crispr-Cas9 ଜେନେଟିକ୍ ସିଜର (Genetic scissors) ଭାବରେ ଜଣାଶୁଣା, ଜୀବକୋଷରେ ଥିବା DNA ରେ ନିର୍ଦ୍ଦିଷ୍ଟ ଏବଂ ସଠିକ୍ ପରିବର୍ତ୍ତନ ଆଣିବାର ଏକ ଉପାୟ। CRISPR-Cas9 ହେଉଛି ଏକ ନିଆରା ପ୍ରଯୁକ୍ତିବିଦ୍ୟା(Technology) ଯାହା ଜେନେଟିକ୍ ଏବଂ ଡାକ୍ତରୀ ଅନୁସନ୍ଧାନକାରୀଙ୍କୁ ଜିନୋମ(Genome)ର କିଛି ଅଂଶ ସଂପାଦନ କରିବାକୁ ସକ୍ଷମ କରେ।

Also Read |Nobel Prize 2020: ପଦାର୍ଥ ବିଜ୍ଞାନରେ ୩ ଜଣକୁ ନୋବେଲ ପୁରସ୍କାର

Share this:

Leave a Reply

Your email address will not be published. Required fields are marked *